Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରକାରୀ ହାଇ ସ୍କୁଲ ରେ ରାତିରେ ବେ ସରକାରୀ ଭୋଜି,ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ତଦନ୍ତ ନିର୍ଦେଶ l

ଅସ୍ତରଙ୍ଗ,, ଅସ୍ତରଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଗତ ୨୭ ତାରିଖ ରାତିରେ ଭୋଜି ଭାତକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ସରକାରଙ୍କ ପକ୍ଷରୁ ସରକାରୀ ବିଦ୍ୟାଳୟ ମଧ୍ୟରେ ବେସରକାରୀ ଭାବେ ଭୋଜି ଭାତ, ବୈଠକ ,କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇ ପାରିବ ନାହିଁ ବୋଲି କଡା ନିର୍ଦ୍ଦେଶ ରହିଛି। ସ୍ଥଳ ବିଶେଷରେ ଯଦି କୌଣସି କାର୍ଯ୍ୟକ୍ରମ ହୁଏ ତାହେଲେ ଶିକ୍ଷା ବିଭାଗର ଅନୁମତି ଆଣିବାକୁ ପଡିଥାଏ ଓ ଯେଉଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଯେମିତି ଛାତ୍ର ଛାତ୍ରୀ ମାନେ କୌଣସି ପ୍ରକାରେ ପ୍ରଭାବିତ ହେବେ ନାହିଁ। ତଥାପି ସରକାରୀ ନିୟମ କାର୍ଯ୍ୟକାରୀ ହେବା ପରଠାରୁ ଏ ସବୁ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ବନ୍ଦ ରହିଛି।କିନ୍ତୁ ସବୁ ସରକାରୀ ନିର୍ଦେଶ ନାମାକୁ ଅସ୍ତରଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଜଳାଞ୍ଜଳି ଦେଇ କାହା ନିର୍ଦ୍ଦେଶରେ ରାତିରେ ଭୋଜି ଭାତ କରିବାକୁ ଅନୁମତି ପ୍ରଦାନ କରିଥିଲେ ତାହା ବିଭାଗୀୟ ତଦନ୍ତ କଲେ ଜଣାପଡିବ ବୋଲି ସ୍ଥାନୀୟ ଜନସାଧାରଣ ଦାବି କରି ଛନ୍ତି । ଘଟଣା ସମ୍ପର୍କରେ ଅସ୍ତରଙ୍ଗ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ସେ କୌଣସି କାର୍ଯ୍ୟାନୁଷ୍ଠାନ କିମ୍ବା କାରଣ ଦର୍ଶାଅ ନୋଟିସ କରି ନ ଥିବା ଜଣାପଡିଥିଲା।ଏ ସମ୍ପର୍କରେ ପୁରୀ ଜିଲ୍ଲା ପରିଷଦ ଉପାଦକ୍ଷ ସ୍ୱାଧୀନ କୁମାର ନାୟକ ପୁରୀ ଜିଲ୍ଲାପାଳ ଶିକ୍ଷା ନିର୍ଦ୍ଦେଶକ ଭୁବନେଶ୍ୱର ଓ ପୁରୀ ଶିକ୍ଷା ଅଧିକାରୀଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିଲେ। ସେ ଆହୁରି କହିଛନ୍ତି ଯେ ପ୍ରଧାନ ଶିକ୍ଷକ ଯେବେ ଠାରୁ ଅସ୍ତରଙ୍ଗ ବିଦ୍ୟାଳୟର କାର୍ଯ୍ୟଭାର ଗ୍ରହଣ କରିଛନ୍ତି ସେବେ ଠାରୁ ପ୍ରାୟ ସମୟ ବିଦ୍ୟାଳୟରେ ନ ଦେଇ ନିଜର ବ୍ୟକ୍ତିଗତ କାର୍ଯ୍ୟରେ ବେସ୍ତ ରହୁଥିବା ସାଧାରଣରେ ଦେଖିବାକୁ ମିଳୁଛି ।ଏପରିକି ପ୍ରତି ଦିନ ଦୁଇଟି କ୍ଲାସ ନେବାର ସରକାରୀ ନିୟମ ଥିବା ସ୍ଥଳେ ସେ କ୍ଲାସ ନେଉ ନାହାନ୍ତି l ଶ୍ରୀ ନାୟକ ଙ୍କ ଅଭିଯୋଗ ପାଇବା ପରେ ଜିଲ୍ଲା ଶିକ୍ଷା ଅଧିକାରୀ, ଅସ୍ତରଙ୍ଗ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇ ଥିବା ବେଳେ, ରାତ୍ରରେ ମଣିଷ ତିଆରି କାରଖାନା ରେ ହେଉଥିଵା ଏହି ସବୁ ବେ ଆଇନ କାର୍ଯ୍ୟକ୍ରମ କୁ ସାଧାରଣ ରେ ନା ପସନ୍ଦ କରା ଯାଇଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ