Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଅସ୍ତରଙ୍ଗ ରେ ଭୀମ ଭୋଇ ଶାମର୍ଥ ସିବିର ଅନୁଷ୍ଠିତ l

ଅସ୍ତରଙ୍ଗ – ଶୁକ୍ରବାର ଦିବା ୧୦ ଘଟିକା ରେ ଅସ୍ତରଙ୍ଗ ବ୍ଲକ ପରିସରରେ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିର ରାଜ୍ୟ ସରକାର ଙ୍କ ଭିନ୍ନକ୍ଷମ ମାନଙ୍କ ପାଇଁ ଥିବା ସମସ୍ତ ସରକାରୀ ବ୍ୟବସ୍ଥା କୁ ନିକଟରେ ଆଉ ସୁଲଭ ରୂପେ ପହଞ୍ଚେଇବା କୁ ଏକ ନିଆରା କାର୍ଯ୍ୟକ୍ରମ l ଅନେକ ଭିନ୍ନକ୍ଷମ ବ୍ୟକ୍ତି ଯିଏକି ସରକାରୀ ସୁବିଧା ରୁ ବଞ୍ଚିତ ଅଛନ୍ତି ଏହି ଶିବିର ରେ ଯୋଗ ଦେଇ ଅଭିଜ୍ଞ ଡାକ୍ତରୀ ବିଶେଷଜ୍ଞ ଙ୍କୁ ସାକ୍ଷାତ କରି ତାଙ୍କର ସମସ୍ତ ସୁବିଧା ଉପଲବ୍ଧି କରି ଥାନ୍ତି l ଆଜିର ଏହି କାର୍ଯ୍ୟକ୍ରମ ରେ ଅସ୍ତରଙ୍ଗ ବିଭିନ୍ନ ପଞ୍ଚାୟତ ରୁଆସିଥିବା ଅସ୍ଥିସଲ୍ୟ, ଭେଷଜ, ଚକ୍ଷୁ, ନାସା, ଗଳା କାନ, ଓ ଶିଶୁ ବିଭାଗ ର ସର୍ବମୋଟ ୩୭୭ ଜଣ ଭିନ୍ନକ୍ଷମ ନିଜର ଡାକ୍ତରୀ ପରୀକ୍ଷା କରିବା ସହ ସରକାରୀ ସୁବିଧା ପାଇବାକୁ ଆବେଦନ କରିଛନ୍ତି l ଏହି କାର୍ଯ୍ୟକ୍ରମ ରେ ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷା ଆରତୀ ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ କରି ଶିବିର ର ଉଦ୍ଘାଟନ କରିଥିବା ବେଳେ ମଣ୍ଡଳ ଉନ୍ନୟନ ଅଧିକାରୀ ସସ୍ମିତା ବେହେରା, ଉପାଧ୍ୟକ୍ଷ ଦୁର୍ଜ୍ଜୟ ମିଶ୍ର, ବ୍ଲକ ର ଅନ୍ୟ ଅଧିକାରୀ ମାନେ ଯୋଗ ଦେଇଥିଲେ ଓ ଉପସ୍ଥିତ ଅତିଥି ବୃନ୍ଦ ସମସ୍ତ ବିଭାଗ ରେ କାର୍ଯ୍ୟକ୍ରମ କୁ ତଦାରଖ କରିଥିଲେ l ଅସ୍ଥିସଲ୍ୟ ବିଭାଗ ରୁ ଦୁଇ ଜଣ ବିଶେଷଜ୍ଞ ଡ଼ଃ ସୁଶୀଲ ନାୟକ, ଡ଼ଃ ଚନ୍ଦ୍ରଶେଖର ମହାପାତ୍ର, ଚକ୍ଷୁ ବିଭାଗ ର ବିଶେଷଜ୍ଞ ଡ଼ଃ ଜ୍ୟୋସ୍ନାରାଣୀ ତ୍ରିପାଠୀ, ନାସା କାନ, ଗଳା ବିଭାଗ ର ଡ଼ଃ ରବୀନ୍ଦ୍ର ଘଡ଼ାଇ, ଭେଷଜ ଡ଼ଃ ଗିରିଶ ବେହେରା, ମାନସିକ ବିଭାଗ ର ଡ଼ଃ ପ୍ରଫେସର ସମ୍ବିତ ପାତ୍ର, ଶିଶୁ ରୋଗ ବିଶେଷଜ୍ଞ ଡ଼ଃ ସୁବ୍ରତ ମହାପାତ୍ର ଉପସ୍ଥିତ ରହି ଆସିଥିବା ରୋଗୀ ମାନଙ୍କ ର ସଫଳ ପରୀକ୍ଷଣ କରାଇ ଥିଲେ l , ପୁରୀ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଚନ୍ଦନ କୁମାର ବାରିକ ଶିବିର ର କାର୍ଯ୍ୟକ୍ରମ କୁ ତଦାରଖ କରିଥିବା ବେଳେ ଏହାର ପରିଚାଳନା ଅସ୍ତରଙ୍ଗ ବ୍ଲକ ସାଂସଦ ଙ୍କ ପ୍ରତିନିଧି ଦିବାକର ଛାଟୋଇ କରିଛନ୍ତି, ଏହା ସହ ବିଭିନ୍ନ ପଞ୍ଚାୟତ ର ସରପଞ୍ଚ ଓ ଲୋକ ପ୍ରତିନିଧି ମାନେ ଉପସ୍ଥିତ ରହି ସେମାନଙ୍କ ପଞ୍ଚାୟତ ରୋଗୀ ମାନଙ୍କ ର ସମସ୍ତ ଦାୟିତ୍ୱ ତୁଲାଇ ଥିଲେ, ଏହି ସମସ୍ତ କାର୍ଯ୍ୟ ଅସ୍ତରଙ୍ଗ ବ୍ଲକ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ର ପ୍ରୋଗ୍ରାମ ଆସିଷ୍ଟାଣ୍ଟ ରାଜକିଶୋର ରାଉତ ଙ୍କ ତତ୍ୱାବୋଧନ ରେ ପରିଚାଳନା ହୋଇ ଥିଲା l