Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦେଓଗାଁ ଉପରଝର ରାସ୍ତାରେ ବନ୍ଧୁକ ଧାରୀ ଡକାୟତଙ୍କ ଉତ୍ପାତ ଲୋକଙ୍କୁ ଅଟକାଇ ମାଗୁଛନ୍ତି ଟଙ୍କା ଥାନାରେ ଅଭିଯୋଗ

ଦେଓଗାଁରେ ବନ୍ଧୁକ ଧାରୀ ଡକାୟତଙ୍କ ଉତ୍ପାତ, ଲୋକଙ୍କୁ ରାସ୍ତାରେ ଅଟକାଇ ମାଗୁଛନ୍ତି ଟଙ୍କା. ବଲାଙ୍ଗୀର ଦେଓଗାଁ ଥାନା ଅନ୍ତର୍ଗତ ଉପରଝର ପଞ୍ଚାୟତ ରାସ୍ତାରେ ବନ୍ଧୁକ ଧାରୀ ଡକାୟତଙ୍କ ଉତ୍ପାତ ଦେଖାଦେଇଛି।
ଗତକାଲି ରାତି ୯ଟା ସମୟରେ ଆମ୍ବୁଜ ନାଏକ ନାମକ ବ୍ୟକ୍ତି ଗାଁକୁ ଫେରୁଥିବାବେଳେ, ଦୁଇଜଣ ନିଶାମତ ଅପରାଧୀ ତାଙ୍କୁ ରାସ୍ତାରେ ଅଟକାଇ ଟଙ୍କା ଦାବି କରିଥିଲେ।
ଟଙ୍କା ନଦେବାରୁ, ମୁଣ୍ଡରେ ବନ୍ଧୁକ ରଖି ଗାଳି-ଗୁଲଜ ଦେଇ ମାଡ଼ିବାକୁ ଧମକ ମଧ୍ୟ ଦେଇଥିଲେ।
ଭୟଭୀତ ହୋଇ, ଆମ୍ବୁଜ ନାଏକ ଯାହା ଥିଲା ଦେଇ,ଜୀବନ ବାଞ୍ଚାଇବାକୁ ବାଧ୍ୟ ହୋଇଥିଲେ।
ଏନେଇ, ଆଜି ପୂର୍ବାହ୍ନ ୧୧ଟା ସମୟରେ ସେ ଦେଓଗାଁ ଥାନାରେ ଏତଲା ଦେଇଥିବା କୁହାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ