ଆଦର୍ଶ ପଡାରେ ଖ୍ରୀଷ୍ଟିୟ ସମ୍ପ୍ରଦାୟ ଦ୍ୱାରା ନୂଆଁଖାଇ ଭେଟଘାଟକାର୍ଯ୍ୟକ୍ରମ ରେ ପୌରଧକ୍ଷା ଙ୍କ ଯୋଗ ଦାନ
 
        ଆଜି ବଲାଙ୍ଗୀର ଆଦର୍ଶ ପଡାରେ ଖ୍ରୀଷ୍ଟିୟ ସମ୍ପ୍ରଦାୟ ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଉତ୍ସାହମୟ ପରିବେଶରେ ଆୟୋଜିତ ହୋଇଥିଲା ।କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷା ଲିକା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସେଥିପାଇଁ ସ୍ଥାନୀୟ କାଉନସିଲର ଲଲାଟେନ୍ଦୁ ପଟ୍ଟନାୟକ ମଧ୍ୟ ଅତିଥି ଭାବରେ ଉପସ୍ଥିତ ଥିଲେ ।
ଅତିଥିମାନେ ଖ୍ରୀଷ୍ଟିୟ ସମ୍ପ୍ରଦାୟରେ ନୂଆଁଖାଇର ସାମାଜିକ ଓ ସାଂସ୍କୃତିକ ମହତ୍ତ୍ୱ ଉପରେ ଆଲୋକ ପାତ କରି, ସମାଜରେ ଏକତା ଓ ସହଯୋଗୀତାର ସନ୍ଦେଶ ଦେଇଥିଲେ । ନୂଆଁଖାଇରେ ସମସ୍ତଙ୍କୁ ଏକେସାଥିରେ ଆଣିବାର ଆହ୍ୱାନ ସହ, କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ଉପସ୍ଥିତିଜନ ।

 
                        
 
                                 
                                 
                                 
                                 
                                