ଟାଇକଣ୍ଡୋ ଖେଳାଳିଙ୍କ ୬ ପଦକ, ବଲାଙ୍ଗିର ରେଲୱେ ସ୍ଟେସନରେ ଭବ୍ୟ ସ୍ବାଗତ
 
        କେନ୍ଦୁଝର ବର୍ବିଲ୍ରେ ଆୟୋଜିତ ରାଜ୍ୟ ସ୍ତରୀୟ ସ୍କୁଲ ଗେମ୍ ଟାଇକଣ୍ଡୋ ପ୍ରତିଯୋଗିତାରେ ବଲାଙ୍ଗିର ଦଳ ଅଭିଭୂତିଜନକ ପ୍ରଦର୍ଶନ କରିଛି। ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ୧୭ ଜଣିଆ ଦଳ ୬ଟି ପଦକ ଜିତିଛି। ଏଥିରେ ଜୟମ ସାହୁ ଓ ଗୋପବନ୍ଧୁ ନନ୍ଦ ରୌପ୍ୟ, ଯୋତିର୍ମୟ ଜେନା, ପ୍ରମିତ ବିଶ୍ୱାଳ, ଶ୍ରାବଣୀ ଜାଲ ଓ ଯୁବରାଜ ତୁମୁନିୟା ବ୍ରୋଂଜ୍ ପଦକ ହାସଲ କରିଥିଲେ।
ମୁଖ୍ୟ ଅତିଥି ଶାରୀରିକ ଶିକ୍ଷାର ସହକାରୀ ନିର୍ଦ୍ଦେଶକ ଜ୍ୟୋତି ପ୍ରସାଦ ପରିଡା ବିଜେତାଙ୍କୁ ସମ୍ମାନିତ କରିଥିଲେ। ଏପରେ, ଆଜି ଅପରାହ୍ନ ୧ଟା ସମୟ ରେ  ବଲାଙ୍ଗିର ଟିମ୍ ଫେରିଥିବାବେଳେ ଲେଲୱେ ସ୍ଟେସନରେ ଫୁଲମାଳାରେ ଭବ୍ୟ ସ୍ବାଗତ କରାଗଲା। ବୋଲି କୋଚ ଅସୀମ ଭୋଇ କହିଛନ୍ତି

 
                        
 
                                 
                                 
                                 
                                 
                                