Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖୁଜେନ ପାଲି ଗ୍ରାମର ଛତୁ ତରକାରୀ ଖାଇ ଗୋଟିଏ ପରିବାରର ୯ ଅସୁସ୍ଥ

ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଖୁଜେନପାଲି ଗ୍ରାମର କଳାକାରପଡ଼ାର ୯ ଜଣ ଛତୁ ଖାଇ ଅସୁସ୍ଥ ହେବା ପରେ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।ରଘୁ ତାଣ୍ଡି ଫାସଡ଼ରୁ ଖୁଜେନପାଲି ଗ୍ରାମକୁ ଆସୁଥିବା ବେଳେ ରାସ୍ତାକଡ଼ରେ ଛତୁ ଫୁଟିଥିବା ଦେଖିବାକୁ ପାଇଥିଲେ। ସେଇ ଛତୁ ତୋଳି ଘରକୁ ନେଇଥିଲେ। ଦିନ ବେଳା ରନ୍ଧା ସରିଲା ପରେ ପରିବାର ଲୋକେ ମନ ଖୁସିରେ ଏକାଠି ମିଶି ଛତୁ ତରକାରୀ ଖାଇଥିଲେ। ହେଲେ ଦୁଇ ଘଣ୍ଟା ପରେ ପରିବାରର ସମସ୍ତଙ୍କୁ ବାନ୍ତି ହୋଇଥିଲା। ସେମାନେ ସମସ୍ତେ ଅସୁସ୍ଥ ହୋଇପଡ଼ିଥିଲେ।
ଛତୁ ଖାଇ ପରିବାର ଲୋକେ ଅସୁସ୍ଥ ହୋଇଥିବା ଗ୍ରାମବାସୀ ଜାଣିବା ପରେ ସେଇ ପରିବାରର ୯ ଜଣ ସଦସ୍ୟଙ୍କୁ ହସ୍ପିଟାଲକୁ ନେଇଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣ ପୁରୁଷ, ଜଣେ ନାବାଳିକା ଓ ୪ ଜଣେ ମହିଳା ରହିଛନ୍ତି।
ସମସ୍ତଙ୍କୁ ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି ହୋୟୀ ଥିବା ଆଜି ଅପରାହ୍ନ ୧୨ଟା ୩୦ମିନିଟ ସମୟରେ ଭର୍ତ୍ତି କରିଥିବା ଜଣା ପଡିଛି। ଏମାନଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା ଜଣାପଡ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ