Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଦୁର୍ଗା କ୍ଳବ ର ଦୁର୍ଗା ପୂଜା ପାଇଁ ମାଟି ଅନୁକୂଳ l

ଅସ୍ତରଙ୍ଗ୧୪/୯- ଅସ୍ତରଙ୍ଗ ଦୁର୍ଗା କ୍ଲବ ର ଚଳିତ ବର୍ଷ ଶାରଦୀୟ ଦୁର୍ଗା ପୂଜା ୫୭ ବର୍ଷ ରେ ପଦାର୍ପଣ କରିଛି l ଏହି ଅବସରରେ ଆଜି ମୂଳାଷ୍ଟାମୀ ରୁ ଶକ୍ତି ପୀଠ ଗୁଡିକ ରେ ଷୋଳଦିନାତ୍ମକ ପୂଜା ଆରମ୍ଭ ହୋଇଥିବା ବେଳେ ଦୁର୍ଗା କ୍ଲବ ର ମୁଣ୍ମୟୀ ଦୁର୍ଗା ପୂଜା ପାଇଁ ମୃତ୍ତିକା ଅନୁକୂଳ ହୋଇଛି ଓ ଅଭିଜ୍ଞ ପଣ୍ଡିତ ମାନଙ୍କ ଦ୍ୱାରା ଅସ୍ତରଙ୍ଗ ର ଗ୍ରାମ ଦେବୀ ମା ଜାଗୁଳେଇ ଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇ ମା ଙ୍କ ଆଜ୍ଞା ନେଇ ସ୍ୱତନ୍ତ୍ର ପଟୁଆର ରେ ଭଉଁରୀଆ ଦେବୀ ନଦୀ ତୁଠ ରୁ ମୃତ୍ତିକା ଅନୁକୂଳ କରାଯାଇଛି, ସୂର୍ଯ୍ୟପୂଜା ସାଙ୍ଗକୁ ଘଟ ସ୍ଥାପନ କରାଯା l ମା ଙ୍କ ପ୍ରତିମା ନିର୍ମାଣ ପାଇଁ ପବିତ୍ର ନଦୀ ମାଟି କୁ ମା ଙ୍କ ସ୍ୱରୂପ ରେ ବରଣୀ କରାଯିବା ସହ ନଦୀ କୂଳ ରେ ଔପଚାରିକ ପୂଜା କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ପବିତ୍ର ମହାନ୍ତି କର୍ତ୍ତା ହୋଇଥିବା ବେଳେ ସଭାପତି ଦିବ୍ୟଦର୍ଶୀ ବିଶ୍ୱାଳ, ସମ୍ପାଦକ ରବୀନ୍ଦ୍ର ପରିଡା, ଉପସଭାପତି ପ୍ରକାଶ ବେହେରା, ଯୁଗଳ ମହାନ୍ତି, ରବୀନ୍ଦ୍ର ମହାନ୍ତି, ରାକେଶ ମହାନ୍ତି ଙ୍କ ସମେତ ଅନେକ ସଭ୍ୟ ଉପସ୍ଥିତ ରହିଥିଲେ l ନିଷ୍ଠା ର ସହ ମା ଙ୍କ ପୂଜା ଆରମ୍ଭ ହୋଈ ହରିବୋଲ ଘଣ୍ଟ ଘଣ୍ଟା ବାଜା ଶବ୍ଦ ରେ ଅସ୍ତରଙ୍ଗ ଅଞ୍ଚଳ ରେ ଏକ ଭାବ ଓ ଭକ୍ତି ପରିବେଶ ସୃଷ୍ଟି କରିଥିଲେ l