ସୁନାପୁର ସମୁଦ୍ର ରେ ଯୁବକ ନିଖୋଜ

ଗୋପାଳପୁର,୧୪/୦୯
ସୁନାପୁର ସମୁଦ୍ରରେ ଗାଧୋଇବା ବେଳେ ୩ଜଣ ସମୁଦ୍ରରୁ ଉଦ୍ଧାର ହୋଇଥିବା ବେଳେ ଜଣେ ନିଖୋଜ ରହିଛନ୍ତି ।ଘଟଣା ପରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ନେଇ ଖୋଜାଖୋଜି କରିଥିଲେ ସୁଦ୍ଧା ନିଖୋଜ ଯୁବକର ସନ୍ଧାନ ମିଳି ପାରି ନାହିଁ। ଆଜି ପ୍ରାୟ ଦିନ ୧.୩୦ ବେଳ ଚିକିଟି କେ ନୂଆଗାଁ ଥାନା ଲିଆଖାଇ ଗ୍ରାମର ଅମିତ କୁମାର ପ୍ରଧାନ(୧୮) ସିପୁ ପ୍ରଧାନ (୧୯),ରାଜେଶ କୁମାର ପ୍ରଧାନ(୧୯), ଦିପୁ ପ୍ରଧାନ (୧୯) ପ୍ରମୁଖ ବୁଲିବାକୁ ଆିଥିଲେ । ଅମିତ ଓ ସିପୁ ସମୁଦ୍ର ଭିତରକୁ ଗାଧୋଇବା ପାଇଁ ପଶିଥିଲେ। ଆଉ ଦୁଇ ଜଣ ସମୁଦ୍ର କୂଳରେ ବସିଥିଲେ। ଅମିତ, ସିପୁ ଦୁଇ ଜଣ ଭିତରୁ ଅମିତ ଆଉ ଫେରିନଥିଲା। ସିପୁ ପଦାକୁ ଆସିଯାଇ ଥିଲା। ସୁନାପୁର ମେରାଇନ ଥାନା ପୁଲିସ ଘଟଣା ସ୍ଥଳରେ ପହଂଚି ସିପୁକୁ ଉଦ୍ଧାର କରି ଥିବା ବେଳେ ଅମିତକୁ ଚିକିଟି ଦମକଳ ବାହିନୀ ପହଂଚି ଖୋଜା ଖୋଜି କରୁଛି। ସନ୍ଧ୍ୟା ପର୍ଯ୍ୟନ୍ତ ସିପୁ ଙ୍କ କୈଣସି ସୂଚନା ମିଳିନଥିବା ଜଣାପଡିଛି।