ପୌରପାଳିକାର ଅପାରଗତା–ଦୁର୍ନୀତି ବିରୁଦ୍ଧରେ ବଲାଙ୍ଗିର କଂଗ୍ରେସର ବିକ୍ଷୋଭ

ବଲାଙ୍ଗିର ପୌରପାଳିକାର ଅପାରଗତା ଓ ଦୁର୍ନୀତି ବିରୋଧରେ ନଗର କଂଗ୍ରେସ କମିଟି ବଲାଙ୍ଗିର ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ତୀବ୍ର ବିକ୍ଷୋଭ ହୋଇଥିଲା। କଂଗ୍ରେସ କର୍ମୀମାନେ ପୌରପାଳିକାର ବିଭିନ୍ନ ବିଭାଗରେ ହୋଇଥିବା ଅନିୟମିତତା ଓ ସାଧାରଣ ଲୋକଙ୍କ ସମସ୍ୟା ସମାଧାନରେ ପ୍ରଶାସନର ବିଫଳତାକୁ ଆଳୋଚନା କରିଥିଲେ। ସେମାନେ ଦୁର୍ନୀତିରେ ଜଡିତ ଅଧିକାରୀଙ୍କ ଉପରେ କଟକଣା ମୂଳକ କାର୍ଯ୍ୟାନୁଷ୍ଠାନ ଓ ଜନସେବାରେ ସୁଧାର ଆଣିବାକୁ ଦାବି କରି ଥିଲେ।