Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁନା ବିକିବା ବାହାନାରେ ୧୫ ଲକ୍ଷ ଟଙ୍କା ଧରି

ଗୋପାଳପୁର, ୧୭/୦୯
ଚୋର ମାନେ ଦିନକୁ ଦିନ ଚୋରି କରିବାର ନୂଆଁ ନୂଆଁ ବାହାନା ପ୍ରୟୋଗ କରି ଚୋରୀ କରୁଥିବା ବେଳେ ଏବେ ପୁରୁଣା ସୁନା ଅଧା ଦରରେ ବିକ୍ରି କରିବେ ବୋଲି କହି ବ୍ରହ୍ମପୁର ର ଜୈନିକ ବ୍ୟକ୍ତି ଙ୍କ ଠାରୁ ୧୫ ଲକ୍ଷ ଟଙ୍କା ଧରି ଛୁ ମାରିଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗ କୁ ଭିତ୍ତି କରି ପୁଲିସ ପକ୍ଷରୁ ୪୨୧/୨୫ ରେ ଏକ ମାମଲା ରୁଜୁ ତଦନ୍ତ ଆରମ୍ଭ କରିଛି। ବ୍ରହ୍ମପୁର ବାଲାଜି ପେଣ୍ଠ ସାହିର କେ ବାସୁଦେବ ରେଡ୍ଡୀ ଙ୍କ ମୋବାଇଲ କୁ ସୁରିୟା ନାମରେ ଜଣେ ଅଜଣା ବ୍ୟକ୍ତି ଫୋନ କରି ତାଙ୍କ ନିକଟରେ କିଛି ସୁନା ଅଛି ତାହାକୁ ସେ ଅଧା ଦରରେ ବିକ୍ରି କରିଦେବେ ବୋଲି କହିଥିଲେ।ଏହା ସହ ସେ ସୁନା ଅଳଙ୍କାର ର ଫୋଟ ମଧ୍ୟ ମୋବାଇଲ କୁ ଛାଡିଥିଲେ।ସୁନା ନେବାକୁ ହେଲେ ବାସୁଦେବ ଗୋଳନ୍ଥରା ଚଟି ଭୈରବୀ ରାସ୍ତା କୁ ଆସିବାକୁ କହିଥିଲେ।ଏହି କ୍ରମରେ ବାସୁଦେବ ଓ ତାଙ୍କର ଜଣେ ବନ୍ଧୁଙ୍କ ସହ ଅପରାହ୍ନ ୪ ଟା ବେଳେ ଭୈରବୀ ରାସ୍ତା ରେ ପହଞ୍ଚି ଥିଲେ। ସେଠାରେ ନିଜକୁ ସୁରିୟା ବୋଲି ପରିଚୟ ଦେଉଥିଲା ବ୍ୟକ୍ତି ଜଣକ ବାସୁଦେବ କୁ ସୁନା ଦେଖାଇବା ସହ ୧୫ ଲକ୍ଷ ଟଙ୍କା ନେଇଥିଲେ। କିନ୍ତୁ କୈଶଳ କ୍ରମେ ସୁନା କୁ ହସ୍ତାନ୍ତର ନକରି ଟଙ୍କା ଗଣିବା ଆରମ୍ଭ କରିଥିଲେ।ଏହି ସମୟରେ ହଠାତ କୋଠାରସିଂ ରାସ୍ତା ପଟୁ ଏକ ଇନୋଭା କାର ପୁଲିସ ସାଇରନ ବଜାଇ ଆସିଥିଲା। ଏହାକୁ ଦେଖି ସୁରିୟା ପୁଲିସ ଆସୁଛି କହି ଟଙ୍କା କୁ ତାଙ୍କ ନିକଟରେ ଥିବା ଏକ ବ୍ୟାଗ ରେ ପୁରାଇ ରାସ୍ତା କଡ଼କୁ ଚାଲି ଯାଇଥିଲେ। ଆସୁଥିବା କାର ଟି ସୁରିୟା ନିକଟରେ ଅଟକିବା ଫଳରେ ସୁରିୟା ହଠାତ ଟଙ୍କା ଓ ସୁନା ନେଇ ସେଥିରେ ବସି ଜାତୀୟ ରାଜପଥକୁ ଯାଇ ଆନ୍ଦ୍ରପ୍ରଦେଶ ପଟକୁ ଚାଲି ଯାଇଥିଲା।ଏହା ଦେଖି ବାସୁଦେବ କିଛି ଭାବିବା ପୂର୍ବରୁ କାର‌ଟି ଦୃତଗତି ରେ ସେଠାରୁ ଅନ୍ତର୍ଦ୍ଧାନ ହୋଇ ଯାଇଥିଲା। ଉକ୍ତ କାର ରେ ପୁଲିସ ପୋଷାକ ପିନ୍ଧି କିଛି ଲୋକ ବସିଥିବା ସେ ଦେଖିଥିଲେ ସୁଦ୍ଧା ଗାଡିର ନମ୍ବର ଟିପି ପାରିନଥିବା ନେଇ ଥାନାରେ ଦେଇଥିବା ଲିଖିତ ଅଭିଯୋଗ ରେ ଉଲ୍ଲେଖ କରିଛନ୍ତି।ଘଟଣା ନେଇ ୧୫ ତାରିଖ ରାତି ସାଢ଼େ ୧୦ ଟାରେ ବାସୁଦେବ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ କୁ ଭିତ୍ତି କରି ପୁଲିସ ପକ୍ଷରୁ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ ସହ ସୁରିୟା ଙ୍କ ମୋବାଇଲ ଫୋନ କୁ ଟ୍ରାକିଙ୍ଗ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।