Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଏନଏସଏସ ପକ୍ଷରୁ ମେଗା ରକ୍ତଦାନ ଶିବିର: ୧୦୩ ୟୁନିଟ ରକ୍ତ ସଂଗୃହିତ

ଗୋପାଳପୁର ୧୭/୯
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଏନଏସଏସ ୟୁନିଟ ପକ୍ଷରୁ ଆଜି ନୂତନ ସମ୍ମିଳନୀ କକ୍ଷ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନ୍ମ ଦିନ ଅବସରରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା l ଏହି ଶିବିରରେ ମୁଖ୍ୟ ଅତିଥି ଭାବେ କୁଳପତି ଗୀତାଞ୍ଜଳି ଦାଶ ଯୋଗ ଦେଇ ଶିବିରର ଶୁଭାରମ୍ଭ କରିବା ସହ ଏନଏସଏସ ସ୍ବେଚ୍ଛାସେବୀ ତଥା ଛାତ୍ରଛାତ୍ରୀ ମାନଙ୍କୁ ରକ୍ତଦାନର ମହତ୍ତ୍ବ ସଂପର୍କରେ ବୁଝାଇଥିଲେ। ରକ୍ତଦାନ ଏକ ମହତ କାର୍ଯ୍ୟ ଓ ସର୍ବଶ୍ରେଷ୍ଠ ସେବା ବୋଲି କହିବା ସହ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ମାନେ ରକ୍ତଦାନ କରିବାକୁ ଆହ୍ବାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ କୁଳସଚିବ ସଚ୍ଚିଦାନନ୍ଦ ନାୟକ ଯୋଗ ଦେଇ ସ୍ବେଚ୍ଛାସେବୀ ତଥା ଛାତ୍ରଛାତ୍ରୀ ମାନଙ୍କୁ ରକ୍ତଦାନ କରିବା ପାଇଁ ଉତ୍ସାହିତ କରିଥିଲେ। ଶିବିରରେ ମୋଟ ୧୦୩ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା। ଏନଏସଏସ ବ୍ୟୁରୋ ସଂଯୋଜକ ଡ. ଜୟନ୍ତ କୁମାର ପଣ୍ଡା ଶିବିରକୁ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମ ଅଧିକାରୀ ଡ. ଶଂକର୍ଷଣ ମଲ୍ଲିକ, ଡ. ଭଗ୍ୟଶ୍ରୀ ରଥ, ଡ. ଚନ୍ଦ୍ରିକା ଦାସ ପ୍ରମୂଖ ସହଯୋଗ କରିଥିଲେ। ଅଖିଳ ଭାରତୀୟ ତେରାପନ୍ଥ ଯୁବକ ପରିଷଦ ସହାୟତାରେ ଆୟୋଜିତ ଏହି ଶିବିରରେ ବହୁ ସଂଖ୍ୟାରେ ଏନଏସଏସ ସ୍ବେଚ୍ଛାସେବୀ ମାନେ ଯୋଗ ଦେଇ ରକ୍ତଦାନ କରିଥିଲେ।