ରଙ୍ଗେଇଲୁଣ୍ଡା ବ୍ଲକ ର ବିଭିନ୍ନ ସ୍ଥାନରେ ଲାଗିଲା ୧୬ ହଜାର ଚାରା।ଚାରା ରୋପଣ ର ଶୁଭାରମ୍ଭ କଲେ ମନ୍ତ୍ରୀ ଶ୍ରୀ ଜେନା।

ଗୋପାଳପୁର, ୧୭/୦୯
ଜଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମଦିନ ପାଳନ ଅବସରରେ ଆଜି ସାରା ଭାରତରେ ଏକ ପେଡ ମାଁ ଙ୍କ ନାମ ୨.୦ ର ଶୁଭାରମ୍ଭ କରାଯାଇଥିଲା।ଏହି କ୍ରମରେ ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ୩୨ ଟି ପଞ୍ଚାୟତ ର ବିଭିନ୍ନ ଖୋଲା ସ୍ଥାନ ମାନଙ୍କରେ ୧୬ ହଜାର ଚାରା ରୋପଣ କରାଯାଇଥିଲା।ଏହି କ୍ରମରେ ଗୋପାଳପୁର ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପରିବହନ ମନ୍ତ୍ରୀ ମନ୍ତ୍ରୀଡି, ବିଶ୍ବନାଥ ପୁର , ଚିକରଡା ଓ ବଡ଼ କୁଶସ୍ଥଳୀ ଠାରେ ଉପସ୍ଥିତ ରହି ଚାରା ରୋପଣ ର ଶୁଭାରମ୍ଭ କରିଥିଲେ। ମନ୍ତ୍ରୀଡି ଠାରେ ୧୭୫୦ ଚାରା, ବିଶ୍ବନାଥ ପୁର ଠାରେ ୧୩୦୦ ଚାରା, ଚିକରଡା ଠାରେ ୮୦୦ ଚାରା ଓ ବଡ଼ କୁଶସ୍ଥଳୀ ଠାରେ ୫୦୦୦ ଚାରା ରୋପଣ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ବଜିତ ରାୟ ଙ୍କ ସମେତ ସମସ୍ତ ସରପଞ୍ଚ, ସମିତି ସଭ୍ୟ ଓ ଗ୍ରାମବାସୀ ଉପସ୍ଥିତ ରହି ଚାରା ରୋପଣ କରିବା ସହ ଏହାର ଯତ୍ନ ନେବାକୁ ଶପଥ ନିଆଯାଇଥିଲା। ବିଭିନ୍ନ ପଞ୍ଚାୟତ ରେ ଆଜି ରୋପଣ କରାଯାଇଥିବା ଚାରା ଗୁଡ଼ିକ ର ସୁରକ୍ଷା ନିମନ୍ତେ ବ୍ଲକ ପ୍ରଶାସନ ପକ୍ଷରୁ ତାରବାଡ ନିର୍ମାଣ ସହ ଏହାର ରକ୍ଷଣାବେକ୍ଷଣ ମଧ୍ୟ କରାଯିବ ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ରାୟ ପ୍ରକାଶ କରିଛନ୍ତି।