କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭୋଟ ଚୋରି ପ୍ରସଙ୍ଗରେ ପୁଣି ଥରେ ନିର୍ବାଚନ କମିଶନ ଏବଂ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରିଛନ୍ତି

ଭାରତୀୟ ନିର୍ବାଚନ କମିଶନଙ୍କ ବିରୋଧରେ ଭୋଟ ଚୋରି ଅଭିଯୋଗ ଆଣିଥିବା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଆଜି ନିଜ ଆକ୍ରମଣକୁ ଆହୁରି ଶାଣିତ କରିଛନ୍ତି। ଭୋଟ ଚୋରି ଅଭିଯୋଗର ଭାଗ-୨ରେ ରାହୁଲ ଗାନ୍ଧି ସଫ୍ଟୱେୟାର ଓ ନକଲି ଲଗଇନ ଦ୍ୱାରା କେମିତି ଭୋଟର ତାଲିକାରେ ହେରଫେର କରାଯାଉଛି, ତା’ର ପ୍ରମାଣ ସେ ଉପସ୍ଥାପନ କରିଛନ୍ତି।
କଂଗ୍ରେସ କ୍ଷମତାସୀନ କର୍ଣ୍ଣାଟକାରେ ବିପୁଳ ସଂଖ୍ୟାରେ ଲୋକଙ୍କ ନାଁକୁ ଭୋଟର ତାଲିକାରୁ ୨୦୨୩ ବିଧାନସଭା ନିର୍ବାଚନ ବେଳେ ଡିଲିଟ କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ଏହି ଭୋଟର ଆଇଡିଗୁଡ଼ିକୁ ନକଲି ଲଗଇନ୍ ଆଇଡି ଓ ଫୋନ ନମ୍ବର ବ୍ୟବହାର କରି ରାଜ୍ୟ ବାହାରକୁ ଡିଲିଟି କରାଯାଇଥିଲା। ତେବେ କୌଣସି ବ୍ୟକ୍ତି ଭୋଟର ତାଲିକାର ନାଁ ଡିଲିଟ କରିନାହାନ୍ତି, ବରଂ ସପ୍ଟୱେୟାର ବ୍ୟବହାର କରି ଭୋଟର ତାଲିକାରୁ ନାଁ ହଟା ଯାଇଥିବା ରାହୁଲ ଗାନ୍ଧି ଅଭିଯୋଗ କରିଛନ୍ତି।