Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅପହରଣ ହୋଇଥିବା କଲେଜ ଛାତ୍ରୀ ଚେନ୍ନାଇ ରୁ ଉଦ୍ଧାର।ଯୁବକ କୋର୍ଟ ଚାଲାଣ।

ଗୋପାଳପୁର,୧୮/୦୯
ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ସରକାରୀ କଲେଜ ରେ ଅଧ୍ୟୟନ କରୁଥିବା ନାବାଳିକା କଲେଜ ଛାତ୍ରୀ ଙ୍କୁ ବଳପୂର୍ବକ ଅପହରଣ ସହ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ ପୁଲିସ ଅଭିଯୁକ୍ତ ଯୁବକ ଓ ନାବାଳିକାକୁ ଚେନ୍ନାଇ ରୁ ଗିରଫ ଆଜି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ କୋଳଥି ଗାଁ ର ଦିବାକର ଦାସ (୧୯) ବୋଲି ପୁଲିସ ସୂଚନା ଦେଇଛି। ଅଭିଯୋଗ ଅନୁଯାୟୀ ନାବାଳିକା ଜଣକ ଗତ ଏକ ମାସ ତଳେ ଘରୁ କଲେଜ କୁ ପଢିବାକୁ ଅସିଥିଲେ। କିନ୍ତୁ ଦିବାକର ନାବାଳିକା କୁ ଜୋରଜବରଦସ୍ତ କଲେଜ ରୁ ଅପହରଣ କରି ଚେନ୍ନାଇ ନେଇଯାଇଥିଲେ। ସେଠାରେ ନାବାଳିକା କୁ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିଥିଲା।ଘଟଣା ନେଇ ନାବାଳିକା ର ପରିବାର ପକ୍ଷରୁ ଗୋଳନ୍ଥରା ଥାନା ରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗ କୁ ଭିତ୍ତି କରି ପୁଲିସ ପକ୍ଷରୁ ୩୯୩/୨୫ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଅଭିଯୁକ୍ତ ଦିବାକର ର ମୋବାଇଲ କୁ ଟ୍ରାକିଂ କରି ଚେନ୍ନାଇ ରୁ ଉଭୟ ନାବାଳିକା କୁ ଅଭିଯୁକ୍ତ କୁ ଗିରଫ କରି ଥିଲେ। ଉଭୟଙ୍କ ଡ଼ାକ୍ତରୀ ମାଇନା ସହ ପିଡିତା ଙ୍କ ମାଜିଷ୍ଟ୍ରେଟ ଙ୍କ ସମ୍ମୁଖ ରେ ବୟାନ ରେକର୍ଡ କରାଯାଇ ନାବାଳିକା କୁ ସି ଡବ୍ୟୁ ସି କମିଟି ଆଗରେ ହାଜର କରାଯାଇଥିଲା।ପରେ ନାବାଳିକା ଜଣକ ପରିବାର ସହ ଘରକୁ ଫେରିଥିବା ତଦନ୍ତ ଅଧିକାରୀ ସବୁ ଇନିସପେକ୍ଟର ସିଲୁ ଧଳ ସୂଚନା ଦେଇଛନ୍ତି।