Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୟସରେ ଶତକ ପାରି କରିଥିବା ଧର୍ମପରାୟଣ ବୃଦ୍ଧା ଙ୍କ ମୃତ ସୃଷ୍ଟି କଲା ଶୋକାକୁଳ ପରିବେଶ

ପଟ୍ଟାଙ୍ଗି୧୯/୦୯କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ସଦର ମହକୁମାରେ ବସବାସ କରୁଥିବା ଜଣେ ବୃଦ୍ଧା ବୟସରେ ଶତକ ପାରି କରି ଶେଷରେ ଆଖି ବୁଜିବା ପରି ଦୃଶ୍ୟ ସମସ୍ତ ଙ୍କ କ୍ଷେତ୍ରରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ଏହିପରି ଦୃଶ୍ୟ ଦେଖିବା କୁ ମିଳିଛି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ସଦର ମହକୁମା ରେ ବସବାସ କରୁଥିବା ବ୍ୟବସାୟୀ ରାମ ଓ କୃଷ୍ଣ ମହାନ୍ତି ଦୁଇ ଭାଇଙ୍କ ପରିବାର କ୍ଷେତ୍ରରେ । ସୂଚନା ମୁତାବକ ଉକ୍ତ ଦୁଇ ଭାଇଙ୍କ ମାଁ ରାଧା ମହାନ୍ତି ଙ୍କୁ ୧୦୬ ବୟସ ପାରି କରିଥିବା ବେଳେ ସେ ବୁଧବାର ବିଳମ୍ବିତ ରାତିରେ ଆର ପାରିକୁ ଚାଲି ଯାଇଥିବା ଖବର ଗୁରୁବାର ସକାଳୁ ଜଣା ପଡିବା ପରେ ତାଙ୍କୁ ଶେଷ ଦର୍ଶନ କରିବା ପାଇଁ କୃଷ୍ଣ ମହାନ୍ତି ଙ୍କ ଘରକୁ ଲୋକଙ୍କ ସୁଅ ଛୁଟିଥିଲା । ମୃତ ବୃଦ୍ଧା ରାଧା ନିଜ ସାନ ପୁଅ କୃଷ୍ଣ ଙ୍କ ପାଖରେ ରହୁଥିବା ବେଳେ ତାଙ୍କୁ ୧୦୬ ବର୍ଷ ବୟସ ପାରି କରିଥିଲା । ସେ ଜଣେ ଧର୍ମପରାୟଣ ତଥା ସ୍ୱାଧିନତା ସଂଗ୍ରାମୀ ବ୍ୟକ୍ତିତ୍ୱ ହୋଇ ଥିବାରୁ ତାଙ୍କୁ ବ୍ଲକ୍ ବାସିନ୍ଦା ଶେଷ ଦର୍ଶନ କରି ତାଙ୍କ ଅମର ଆତ୍ମା ଶତଗତି କାମନା କରିବା ସହ ବର୍ତ୍ତମାନ ସମୟରେ ଜଣେ ବୟସରେ ୧୦୬ ପାରି କରିବା ଆମ ସମସ୍ତ ଙ୍କ ପାଇଁ ବଡ଼ ଉଦାହରଣ ବୋଲି ମତପ୍ରକାଶ ପାଇଥିଲା । ମୃତ ରାଧା ଙ୍କ ଶେଷ ସମୟରେ ତାଙ୍କ ନିକଟରେ ଦୁଇ ପୁଅ , ଦୁଇ ବହୂ , ନାତି ନାତୁଣୀ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ରାଧା ଙ୍କୁ ହରାଇ ଆମେ ପରିବାର ମର୍ମାହତ ବୋଲି ପ୍ରକାଶ କରିଛନ୍ତି । ଏଠାରେ ସୂଚନା ଥାଉକି ମୃତ ବୃଦ୍ଧା ରାଧା ଙ୍କୁ ସମସ୍ତେ ଶେଷ ଦର୍ଶନ କରିବା ପରେ ପରିବାର ବର୍ଗ ବୃଦ୍ଧା ଙ୍କୁ ପୁରୀ ସ୍ୱର୍ଗ ଦ୍ୱାର ଅଭିମୁଖେ ନେଇ ଯାଇଥିଛନ୍ତି ।