Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜୋନାଲ ସ୍ତରୀୟ ବନ କ୍ରୀଡା ମହୋତ୍ସବ ଉଦଘାଟିତ।

ଗୋପାଳପୁର,୧୯/୦୯
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଖେଳ ପଡ଼ିଆରେ ଜୋନାଲ ସ୍ତରୀୟ ବନ କ୍ରୀଡ଼ା ଉତ୍ସବ ଉଦ୍‌ଘାଟିତ ହୋଇଯାଇଛି । ଆୟୋଜିତ ଉତ୍ସବକୁ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ସଂଗ୍ରାମ କେଶରୀ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥୁ ଭାବେ ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଏନ୍. ବିଶ୍ଵନାଥ ଯୋଗ ଦେଇଥିଲେ। ବ୍ରହ୍ମପୁର ଡିଏଫ୍‌ଓ ସନି ଖୋଖର ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ପାରାଳାଖେମୁଣ୍ଡି ଡିଏଫ୍ଓ କେ. ନାଗରାଜୁ, ଫୁଲବାଣୀ ଡିଏଫ୍‌ଓ ପ୍ରତାପ କଗପଲ୍ଲୀ, ଦକ୍ଷିଣ ଘୁମୁସର ଡିଏଫ୍‌ଓ ବିପାଶା ପାରୁଲ, ଉତ୍ତର ଘୁମୁସର ଡିଏଫ୍‌ଓ ହିମାଂଶୁ ଶେଖର ମହାନ୍ତି, ବାଲିଗୁଡ଼ା ଡିଏଫ୍‌ଓ ଘନଶ୍ୟାମ ମହନ୍ତ, ବ୍ରହ୍ମପୁର ଓଏଫ୍‌ଡିସି ଡିଏମ୍ ଶଙ୍କର୍ଷଣ ବେହେରା, ବୌଦ୍ଧ ବୌଦ୍ଧ ଓଏଫ୍‌ଡିସି ଡିଏମ୍ ପ୍ରଭାକର ନାୟକ, ଡିଏଫ୍‌ଓ ଅଶୋକ ବେହେରା ପ୍ରମୁଖ ମଞ୍ଚାସିନ ଥିଲେ । କ୍ରୀଡ଼ାରେ ବ୍ରହ୍ମପୁର ଓ ଭୁବନେଶ୍ୱର ବନ ମଣ୍ଡଳର ୧୭ ଟି ବନଖଣ୍ଡ, ୫ଟି ଓଡ଼ିଶା ବନ ଉନ୍ନୟନ ନିଗମ ସମେତ ନନ୍ଦନ କାନନ ବନ୍ୟପ୍ରାଣୀ ଉଦ୍ୟାନର କର୍ମଚାରୀ ଓ ଅଧିକାରୀମାନେ ଅଂଶ ଗ୍ରହଣ କରିଥିଲେ। ଏଥିରେ ୧୦ରୁ ଅଧୂକ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହେବ। ଶନିବାର ସନ୍ଧ୍ୟାରେ ଏହା ଉଦ୍‌ଯାପିତ ହେବ। ବ୍ରହ୍ମପୁର ବନଖଣ୍ଡର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।