ଶିଶୁ ଥେରୋପି ସେଣ୍ଟର ପରିସରରେ କାନ୍ଥ ଓ ଗୋଲେଇ ପିଲର ମଧ୍ୟରେ ଫସି ଥିଲା ଶିଶୁର ମୁଣ୍ଡ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ

ଗୋପାଳପୁର ୧୯/୯
ଆମ୍ବପୁଆ ସ୍ଥିତ ଆଲୋକ ନଗର ଦ୍ୱିତୀୟ ଲାଇନରେ ଥିବା ଏକ ଚିଲଡ୍ରେନ ଥେରାଫି ସେଣ୍ଟର ପରିସରରେ କାନ୍ଥ ଓ ଗୋଲେଇ ପିଲର ମଧ୍ୟରେ ଜଣେ ଶାରୀରିକ ଅକ୍ଷମ ନାବାଳକର ମୁଣ୍ଡ ଫସି ରହି ଯାଇଥିବା ବେଳେ ବ୍ରହ୍ମପୁର ଅଗ୍ନିଶମ ବାହିନୀ ପହଞ୍ଚି ଶିଶୁ କୁ ଉଦ୍ଧାର କରିଥିଲେ lଉଦ୍ଧାର ପାଇଥିବା ନାବାଳକ ଜଣକ ହେଲେ ଗୁଲସନ ବେହେରା ବୟସ ୯ ଘର ଗୋପାଳପୁର ଥାନା ଅନ୍ତର୍ଗତ ସତ୍ୟ ନାରୟଣପୁର ବୋଲି ଜଣାପଡ଼ିଛି l ସୂଚନା ପ୍ରକାରେ ଆଜି ମଧ୍ୟାନ୍ନ ସମୟରେ ଗୁଲସନ ପ୍ରତିଦିନ ଭଳି ଆଜି ସେଣ୍ଟର ପରିସରରେ ଖେଳୁ ଥିବା ବେଳେ ଅସାବଧାନତା ବଶତଃ କାନ୍ଥ ଓ ଗୋଲେଇ ପିଲର ମଧ୍ୟରେ ମୁଣ୍ଡ ଟି ପସି ଯାଇଥିଲା l ସେଣ୍ଟେର ରେ ଉପସ୍ଥିତ ରହିଥିବା କତୃପକ୍ଷ ମାନେ ବହୁ ଚେଷ୍ଟା କରି ବିଫଳ ହେବା ପରେ ବ୍ରହ୍ମପୁର ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ l ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ପିଲା ଟିର ମୁଣ୍ଡ କୁ ବାହାର କରିଥିଲେ l ପିଲାଟିର କୌଣସି ଖଣ୍ଡିଆ ଖାବରା ହୋଇନଥିବା ଓ ସେ ସୁସ୍ଥ ଥିବା ଜଣାପଡ଼ିଛି l