Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶୁଭାରମ୍ଭ ହେଲା ବନ୍ଦେ ଭାରତ ଏକ୍ସପ୍ରେସ; ପୁରୀରୁ ଗଡିଲା ହାୱାଡା

ପୁରୀ: ଶୁଭାରମ୍ଭ ହେଲା ବନ୍ଦେ ଭାରତ ଏକ୍ସପ୍ରେସ। ଭର୍ଚୁଆଲରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ । ଓଡ଼ିଶାରୁ ପ୍ରଥମ ଥର ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ। ପୁରୀରୁ- ହାୱାଡା ଯିବ ଏହି ଏକ୍ସପ୍ରେସ।

ଏହି ଉଦଘାଟନୀ ଉତ୍ସବରେ ପୁରୀ ଷ୍ଟେସନରେ ଭର୍ଚୁଆଲ ମୋଡରେ ଯୋଡ଼ି ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ପୁରୀ ରେଳ ଷ୍ଟେସନରେ ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ,କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ରାଜ୍ୟପାଳ ଗଣେଶୀ ଲାଲ ମଧ୍ୟ ଉପସ୍ଥିତ ଅଛନ୍ତି। ପୁରୀ ସାଂସଦ ଓ ବିଧାୟକ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି ।

୧୬ ଟି କୋଚ୍ ସହିତ ସେମି ହାଇ ସ୍ପିଡ୍ ର ଏହି ଟ୍ରେନ ଚଳାଚଳ ନିୟମିତ ଭାବେ ମେ ୨୦ ରୁ ଆରମ୍ଭ ହେବ। ଏହି ସେବା ଗୁରୁବାର ବ୍ୟତୀତ ସପ୍ତାହରେ ଛଅ ଦିନ ଉପଲବ୍ଧ ହେବ। ଏଥିରେ ସାତୋଟି ଷ୍ଟପ୍ ରହିବ। ଏହି ଏକ୍ସପ୍ରେସ ପୁରୀରୁ ହାଓ୍ବଡା ଯିବା ମଧ୍ୟରେ ଖଡଗପୁର, ବାଲେଶ୍ବର, ଭଦ୍ରକ, ଯାଜପୁର କେନ୍ଦୁଝର ରୋଡ୍, କଟକ , ଭୁବନେଶ୍ୱର ଏବଂ ଖୋର୍ଦ୍ଧା ରୋଡରେ ଅଟକିବ। ଷ୍ଟେସନରେ ଏହା କେବଳ ଦୁଇ ମିନିଟ୍ ପାଇଁ ଅଟକିବ ବୋଲି ସୂତ୍ରରୁ ପ୍ରକାଶ।

ଟ୍ରେନ୍ ସକାଳ ୬.୧୦ ରେ ହାଓ୍ବଡା ଛାଡି ୧୨.୩୫ ରେ ପୁରୀରେ ପହଞ୍ଚିବ। ସେହପରି ଏହା ପୁରୀରୁ ୧.୫୦ ରେ ଛାଡିଲେ ରାତି ୮.୩୦ ରେ ହାଓ୍ବଡା ପହଞ୍ଚିବ ବୋଲି ସୂଚନା ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ