ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କ୍ରୀଡ଼ା ପରିଷଦର ସାଧାରଣ ବାର୍ଷିକ ବୈଠକ, ୬୩ ଲକ୍ଷ ୫୩ ହଜାର ୧୮୦ ଟଙ୍କାର ବଜେଟ୍ ପ୍ରସ୍ତୁତ

ଗୋପାଳପୁର, ୨୦/୯
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସିନେଟ ହଲ ପରିସରରେ ୨୦୨୫-୨୬ ବର୍ଷ ପାଇଁ କ୍ରୀଡ଼ା ପରିଷଦ ପକ୍ଷରୁ ସାଧାରଣ ବାର୍ଷିକ ବୈଠକ ଅନୁଷ୍ଠିତ ହୋଉଥିଲା l ଏହି ବୈଠକରେ ଚଳିତ ବର୍ଷ ୬୩ ଲକ୍ଷ ୫୩ ହଜାର ୧୮୦ ଟଙ୍କାର ବଜେଟ୍ ପ୍ରସ୍ତୁତ କରି ଉପସ୍ଥାପନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଯୋଗଦେଇ ବିଶ୍ଵବିଦ୍ୟାଳୟ ଏବଂ ଅଧୀନରେ ଥିବା ସମସ୍ତ କଲେଜର କ୍ରୀଡାବିତ୍ତ ମାନେ ଯେପରି ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେବେ ସେ ନେଇ ପରାମର୍ଶ ଦେଇଥିଲେ l ସମ୍ମାନିତ ଅତିଥି ଭାବେ ପିଜି କାଉନସିଲ ଅଧକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ, କୁଳସଚିବ ସଚ୍ଚିଦାନନ୍ଦ ନାୟକ,ପୂର୍ବତନ କ୍ରୀଡ଼ା ପରିଷଦର ସମ୍ପାଦକ ଡ଼. ସାରଦା ପ୍ରସାଦ ସାହୁ,ନୂତନ ଭାବେ ଦାୟିତ୍ୱ ନେଇଥିଵା କ୍ରୀଡ଼ା ପରିଷଦର ସମ୍ପାଦକ ପ୍ରଫେସର ଧ୍ରୁବ ଚରଣ ପଣ୍ଡା ମଂଚାସୀନ ଥିଲେ l ୨୦୨୪ -୨୫ ବର୍ଷରେ କ୍ରୀଡ଼ା ପରିଷଦର ବଜେଟ୍ ୬୦ ଲକ୍ଷ ୭୦ ହଜାର ଟଙ୍କା ରହିଥିବା ବେଳେ ପୂର୍ବାଞ୍ଚଳ ମହିଳା ହେଣ୍ଡ ବଲ ପ୍ରତିଯୋଗିତା ନିମନ୍ତେ ୫ ଲକ୍ଷ ୮୩ ହଜାର ୭୪୭ ଟଙ୍କା ଅଧିକ ଖର୍ଚ୍ଚ ହୋଇଥିଲା l ଚଳିତ ବର୍ଷ ବଜେଟ୍ର ଆକାରକୁ ବୃଦ୍ଧି କରାଯାଇ ୬୩ ଲକ୍ଷ ୫୩ ହଜାର ୧୮୦ ଟଙ୍କା ପ୍ରାୟ ୨୯ ଟି (ପୁ/ମ) ଇଭେଣ୍ଟ ସହ ଓ ଆଇ ୟୁ ସି ୧୮ ଟି ଇଭେଣ୍ଟକୁ ନେଇ ବଜେଟ ପ୍ରସ୍ତୁତି ହୋଇଛି l ଆଜିର ବୈଠକରେ ବିଭିନ୍ନ ଖେଳ ପାଇଁ ବିଭିନ୍ନ କଲେଜ ଓ ବିଶ୍ଵବିଦ୍ୟାଳୟ ଚୟନ ହୋଇଛି l ଏ ନେଇ ଆଜି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କ୍ରୀଡ଼ା ପରିଷଦରେ ଆଥେଲେଟିକ୍ (ମହିଳା/ପୁରୁଷ), ଆର୍ଚେରି( ପୁ), ବ୍ୟାଡ଼ମିଣ୍ଟନ(ପୁ/ମ), ବକ୍ସିଂ (ପୁ/ମ), ହକି(ପୁ), କ୍ରିକେଟ (ପୁ/ମ), ହେଣ୍ଡବଲ(ପୁ/ମ), ଟେବୁଲ ଟେନିସ (ମହିଳା/ପୁରୁଷ),ଭାରଉତ୍ତୋଳନ (ପୁ /ମ), ସୁନ୍ଦର ସ୍ୱାସ୍ଥ୍ୟ (ପୁ ),ଫୁଟବଲ (ପୁ ),ଚେସ (ପୁ /ମ),ବାସ୍କେଟବଲ୍ (ପୁ/ମ),ବଲ୍ ବ୍ୟାଡ୍ମିଣ୍ଟନ(ପୁ/ମ) ପ୍ରତିଯୋଗିତା ହେବାକୁ ନିଷ୍ପତି ହୋଇଥିବା ବେଳେ ପାଟପୁର ସାଇନ୍ସ କଲେଜରେ କ୍ରିକେଟ୍ (ପୁ) ଓ ଖୋ ଖୋ (ମ),କୋଙ୍କରଡ଼ା ସାଇନ୍ସ କଲେଜରେ କବାଡି (ପୁ),ପୁରୁଷୋତମପୁର ତାରା ତାରିଣୀ କଲେଜରେ କବାଡି (ମ),ଚିକିଟି ମହାବିଦ୍ୟାଳୟରେ ଖୋ ଖୋ (ପୁ),ଟିକାବାଲି ସାଇନ୍ସ କଲେଜରେ ଭଲିବଲ (ପୁ) ଇଭେଣ୍ଟ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି। ଏହି ଅବସରରେ କାର୍ଯ୍ୟକାରି ସଦସ୍ୟ ଚୟନ ହୋଇଥିଲା l କୁଳପତିଙ୍କ ପ୍ରତିନିଧି ଭାବେ ପିଜି କାଉନସିଲ ଅଧକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ,ସମସ୍ତ କଲେଜର ପ୍ରତିନିଧି ଭାବେ ଜିଲ୍ଳା ଆଥେଲେଟିକ୍ ଆସୋସିଏସନର ସାଧାରଣ ସମ୍ପାଦକ ଜେ.କାମେଶ୍ୱର ରାଓ,ଖଲ୍ଲିକୋଟ ଆର ସି ଏମ ସାଇନ୍ସ କଲେଜର ଟି.ଶିବାନନ୍ଦ ବର୍ମା,ପୁରୁଷୋତମପୁର ତାରା ତାରିଣୀ କଲେଜର ଶିବ ପ୍ରସାଦ ବେହେରା,ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସ୍କୁଲ ଅଫ ଏଜୁକେସନର ସହଯୋଗୀ ପ୍ରାଧ୍ୟାପିକା ସୁନିତା ପାତ୍ରଙ୍କୁ ସର୍ବସମତି ଭାବେ ଚୟନ ହୋଇଛନ୍ତି l ବୈଠକରେ ଯୁଗ୍ମ କୁଳସଚିବ ଡ଼. ବାବୁଜୀ ସାମଲ, ସହ କୁଳସଚିବ ଡ. ସରୋଜ କୁମାର ଦାଶ,ପ୍ରଫେସର ଜୋତ୍ସ୍ନା ସାହୁ,କୋଚ ରାଜେଶ କୁମାର ମହାନ୍ତି ପି ଇ ଓ ରବି ଚରଣ ମିଶ୍ରଙ୍କ ସମେତ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଅଧୀନରେ ଥିବା କଲେଜର ପ୍ରତିନିଧି ଭାବେ ପ୍ରାୟ ୮୦ ଜଣ ଯୋଗ ଦେଇଥିଲେ l ଏହି ଅବସରରେ କୁଳପତି ଗତବର୍ଷର ରହିଥିବା ପ୍ରସ୍ତାବକୁ କାର୍ଯ୍ୟକାରୀ କରିଥିବା ବେଳେ କୋଚ, ଚୟନ କମିଟି,ଅଫିସିଆଲଙ୍କ ପାଇଁ ଏକ ଶହ ଟଙ୍କା ବୃଦ୍ଧି ହୋଇଛି l ତାହାସହ ଚଳିତ ବର୍ଷ ପାଇଁ ୪୦୦ ମିଟର ଦୌଡ଼ ପାଇଁ ସିନ୍ତେଟିକ ଟ୍ରାକ,ଆଲୋକୀକରଣ,ଇଣ୍ଡୋର ହଲର ଅନ୍ନତି କରଣ,ଜିମର ଆଧୁନିକରଣ,୨ ଟି ବାସ୍କେଟ ବଲ ସିଥେଟିକ କୋର୍ଟ,ସଭା ମଣ୍ଡପ କୁ ଉନ୍ନତି କରଣ,ଗ୍ୟାଲେରୀକୁ ସମ୍ପ୍ରସାରଣ,ଆଖ ପାଖ ଅଂଚଳର ବିଭିନ୍ନ ସ୍କୁଲର ଛାତ୍ର,ଛାତ୍ରୀଙ୍କ ଖେଳକୁଦ,କରିବା ପାଇଁ ପରାମର୍ଶ ଦେଇଛନ୍ତି l କ୍ରୀଡ଼ା ପରିଷଦର ପୂର୍ବତନ ସମ୍ପାଦକ ଡ଼ ସାହୁ ଗତବର୍ଷ ବଜେଟ ର ବିବରଣୀ ପାଠ ଓ ଧନ୍ୟବାଦ ଅର୍ପଣ କରିଥିଲେ l କ୍ରୀଡ଼ା ପରିଷଦ ସମ୍ପାଦକ ପ୍ରଫେସର ଧ୍ରୁବ ଚରଣ ପଣ୍ଡା ଅତିଥି ପରିଚୟ ସହ ଚଳିତ ବର୍ଷ ର ବଜେଟ ଉପସ୍ଥାପନ କରିଥିଲେ l ଏଥିରେ ରାମ ନାରାୟଣ ସାହୁ,ମନୋଜ କୁମାର ତ୍ରିପାଠୀ,ମହେଶ ରଞ୍ଜନ ମିଶ୍ର,ଧନେଶ୍ୱର ଦାସ ସହଯୋଗ କରିଥିଲେ l