ରଙ୍ଗେଇଲୁଣ୍ଡା ବ୍ଲକ ରେ ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ।୧୧ ଟି ଅଭିଯୋଗ ର ତୁରନ୍ତ ସମାଧାନ

ଗୋପାଳପୁର,୨୨/୦୯
ରଙ୍ଗେଇଲୁଣ୍ଡା ବ୍ଲକ ପରିସରରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି l ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତିୱାସନ, ବ୍ରହ୍ମପୁର ଏସପି ଡା ସର୍ବଣା ବିବେକ ଏମ, ବ୍ରହ୍ମପୁର ଉପଜିଲ୍ଲାପାଳ ଅଭିନାଶ କୁମାର, ବ୍ରହ୍ମପୁର ଡେପୁଟି କମିସନର ଆଶ୍ରିବାଦ ପରିଡା ଓ ରଙ୍ଗେଈଲୁଣ୍ଡା ବିଡ଼ିଓ ବିଶ୍ୱଜିତ ରାୟ ପ୍ରମୁଖ ଉପସ୍ଥିତ ରହି ଅଭିଯୋଗ ଶୁଣାଣୀ କରିଥିଲେ l ଚିକରଡା ପଂଚାୟତ ରେ ଗତ କିଛି ମାସ ହେଲା ୧୮ ଟି ପ୍ରକଳ୍ପର ଶେଷ ହୋଇଥିଲେ ସୁଦ୍ଧା ସେଗୁଡିକ ର ବିଲ ପ୍ରଦାନ କରାଯାଉନଥିବା ନେଇ ସରପଞ୍ଚ ଅସନ୍ତୁଲୁ ରେଡି ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଅଭିଯୋଗ କରିଥିଲେ l ବିଭିନ୍ନ ପଂଚାୟତ ରୁ ୩୩୪ ଟି ଅଭିଯୋଗ ଦାଖଲ ହୋଇଥିବା ବେଳେ ୧୧ ଟି ଅଭିଯୋଗ ର ତୁରନ୍ତ ସମାଧାନ କରି ଦିଆଯାଇଥିଲା l ବିଧବା ଭତ୍ତା, ଦିବ୍ୟାଙ୍ଗ,ବାର୍ଦ୍ଧକ୍ୟ ଭତ୍ତା ମୋଟ ୮ ଜଣ ହିତାଧିକାରୀ ଙ୍କୁ ଦିଆଯାଇଥିଲା lଦୁଇ ଜଣ ଦିବ୍ୟାଙ୍ଗ କୁ ଟ୍ରାଇ ସାଇକେଲ ଜଣ ଦିବ୍ୟାଙ୍ଗ ଙ୍କୁ ସ୍ମାର୍ଟ କେନ ଓ ଚାରି ଜଣ ହିତାଧିକାରୀଙ୍କୁ ଖାଉଟି କାର୍ଡ ପ୍ରଦାନ କରାଯାଇଥିବା ବେଳେ ରେଡ କ୍ରସ ପାଣ୍ଠିରୁ ଜଣକୁ ୧୦ ହାଜର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା l କନିସି ଗାଁ ର ସାହି ଦେଇ ୩୩ କେଭି ବିଦ୍ୟୁତ୍ ତାର ଯାଇଥିବା ଯୋଗୁଁ ଅନେକ ସମୟରେ ଘର ମାନଙ୍କରେ ବିଦ୍ୟୁତ ସକ୍ ଲାଗୁ ଥିବାରୁ ଏହାକୁ ସ୍ଥାନାନ୍ତର କରିବା ସହ ପ୍ଲଟିଙ୍ଗ ହୋଇଥିବା ରାସ୍ତା କୁ ବ୍ଲକ କୁ ହସ୍ତାନ୍ତର କରାଯାଇ ନଥିବା ଫଳ ରେ ଉନୟନ କାମରେ ଅସୁବିଧା ହୋଉଥିବା ନେଇ କନିସି ଗ୍ରାମବାସୀ ଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା l ପାଲୁର ସମବାୟ କେନ୍ଦ୍ର ରେ ସାର ଅଭାବ ଥିବା ଚାଷୀ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ କୋଠାର ସିଂ ସମିତି ସଭ୍ୟ ଆଶିଷ ରାଉଳ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ l ଏ ନେଇ ଜିଲ୍ଲାପାଳ ଙ୍କ ସହ ଯୋଗାଯୋଗ ବେଳେ ଅଭିଯୋଗ ଆସିଛି ଏହାକୁ ବିଭିନ୍ନ ବିଭାଗ କୁ ଦିଆଯାଇଥିବା ସହ ତୁରନ୍ତ ସମାଧାନ କରିବା ପାଇଁ ନିର୍ଦେଶ ଦିଆଯାଇଛି l ଜନସାଧାରଣ ସୁବିଧା ପାଇଁ ଜନ ଶୁଣାଣୀ ପୋର୍ଟାଲ ଖୋଲା ଯାଇଛି ବୋଲି ମଧ୍ୟ କହିଥିଲେ l ଶୁଣାଣୀ ରେ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ l