Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋପାଳପୁର କଲେଜରେ ଜାତୀୟ ସେବା ଯୋଜନାର ସ୍ୱତନ୍ତ୍ର ଶିବିର ଉଦଯାପିତ

ଗୋପାଳପୁର ୨୨/୯
ଗୋପାଳପୁର କଲେଜରେ ୭ ଦିନ ଧରି ଚାଲିଥିବା ଜାତୀୟ ସେବା ଯୋଜନାର ଶିବିର ଆଜି ଉଦଯାପିତ ହୋଇଛି l କଲେଜ ଅଧକ୍ଷ ଡ଼.ରାମ ପ୍ରସାଦ ପଣ୍ଡାଙ୍କ ଅଧକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋପାଳପୁର ଥାନା ଅଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକ ଯୋଗ ଦେଇ ଭଲ ପାଠପଢା,ସମାଜସେବା ଏବଂ ସଡ଼କ ସୁରକ୍ଷା ବିଷୟରେ ସ୍ବେଚ୍ଛାସେବୀଙ୍କୁ ସଚେତନ କରିଥିଲେ l ସମ୍ମାନିତ ଅତିଥି ଭାବେ ସାମନ୍ତିଆପଲ୍ଲୀ କଲେଜର ଅଧକ୍ଷ ଡ଼.ଗିରିଶ ଚନ୍ଦ୍ର ବେହେରା,ପୂର୍ବତନ ପ୍ରାଧ୍ୟାପକ ଡ଼.ପୁରୁଷୋତ୍ତମ ସାହୁ ଯୋଗ ଦେଇ ସ୍ବେଚ୍ଛାସେବୀଙ୍କୁ ଉତ୍ସାହିତ କରିଥିଲେ। ଜାତୀୟ ସେବା ଯୋଜନାର ଉଭୟ ବାଳକ ଓ ବାଳିକା ସ୍ବେଚ୍ଛାସେବୀ ମାନେ ସାତଦିନ ଧରି ବିଭିନ୍ନ ଶ୍ରେଣୀରେ ଯୋଗଦେଇ ନିଜର ବୌଦ୍ଧିକ ଜ୍ଞାନକୁ ଶାଣିତ କରିଥିଲେ। ବାଳକ ଏକକର ସ୍ୱେଚ୍ଛାସେବୀ ମାନେ ତିନି ଶହରୁ ଅଧିକ ବୃକ୍ଷ ରୋପଣ କରିଥିଲେ । ଏହି ଶିବିରରେ ଅଧ୍ୟାପିକା ଏସ ରୂପଲକ୍ଷ୍ମୀ ଅନୁସ୍ଥାପନ ଶିକ୍ଷା ପ୍ରଦାନ କରିଥିଲେ।
୭ ଦିନିଆ ଶିବିରରେ ଯୋଗ ଶିକ୍ଷା,ଚାରା ରୋପଣ,ବେଳାଭୂମି ସଫେଇ,ସାପ କାମୁଡ଼ାରେ ପ୍ରତିରୋଧକ ଚିକିତ୍ସା,ମାନସିକତା ଆଦି ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା l ଏହି ଅବସରରେ ସମସ୍ତ ସ୍ବେଛାସେବୀଙ୍କୁ ପ୍ରମାଣ ପତ୍ର ବଣ୍ଟନ କରାଯିବା ସହ ବେଷ୍ଟ ସ୍ବେଛାସେବୀ ବାଳକ ଓ ବାଳିକା ୟୁନିଟର ଦୁଇ ଜଣଙ୍କୁ ପ୍ରଶଂସା ପତ୍ର ସହ ମେମୋଣ୍ଟ ପ୍ରଦାନ କରାଯାଇଥିଲା l ବାଳିକା ୟୁନିଟର କାର୍ଯ୍ୟକ୍ରମ ଅଧିକାରୀ ସରିତା କୁମାରୀ ପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବାଳକ ଏକକର ସେବା ଅଧିକାରୀ ଅଧ୍ୟାପକ ଆକାଶ କୁମାର ସିଂହ ଧନ୍ୟବାଦ ଅର୍ପଣ କରିଥିଲେ l