ସାମୁଦ୍ରିକ ମଶ୍ଚ ଉପ୍ତାଦନ ଓ ରପ୍ତାନି ର ଚାଷୀ ମାରଣ ନୀତି l

ଅସ୍ତରଙ୍ଗ, ପୁରି ଜିଲ୍ଲା ର ଅସ୍ତରଙ୍ଗ ବ୍ଲକ ଅଞ୍ଚଳରେ ବସ ବାଶ କରୁଥିବା ଲୁଣା ଜଳ ଓ ମଧୁର ଜଳ ମାଛ ଚାସି ମାନଙ୍କୁ ନେଇ ମଙ୍ଗଳ ବାର ଦିନ ଅସ୍ତରଙ୍ଗ ବଜ଼ାର ମଧ୍ୟରେ ଥିବା ଏକ ଘରୋଇ କଲ୍ୟାଣ ମଣ୍ଡପ ରେ ଚାସି ତାଲିମ ଏକ ପ୍ରହସନ ରେ ପରିଣତ ହୋଇଛି l ଏହି ଦିନିକିଆ ତାଲିମ ସିବିର ରେ ପ୍ରକୃତ ଯେଉଁ ଚାଷୀ ଖାରି ଜଳ ହେଉ କି ମଧୁର ଜଳ ହେଉ ମାଛ ଚାଷ କରିଛନ୍ତି ସେମାନଙ୍କୁ ନ ଡାକି, ସଂଗଠନ କୁ ଶୁଆଇଲା ଭଳି କିଛି ଲୋକଙ୍କୁ ଡାକି ଦିନ ୧୧ ଘଟିକା ଠାରୁ ଆରମ୍ଭ କରି ଅପରାହ୍ନ ୨ଘଟିକା ରେ ଖିଆପିଆ କରି ସାରି ଦେଇଥିବା ଦେଖିବାକୁ ମିଳିଛି l ତାହାଲେ ଏଠି ତାଲିମ ସମୟ କେତେ ଘଣ୍ଟା ରହି ଥିଲା l ଯେଉଁ ମାଛ ଚାଷୀ ଏହି ତାଲିମ ବିଷୟ ରେ ଜାଣିଲେ ସେମାନେ ତାଲିମ ନେବାକୁ ଚାହିଁ ଥିଲେ ମଧ୍ୟ, ତୁମ ନାମ ସର୍ଭେ ରେ ନାହିଁ ତୁମେ ଫେରିଯାଅ l ଏଠାରେ ପ୍ରଶ୍ନ ଉଠେ କେଉଁ ମାନେ ସର୍ଭେ କରିଥିଲେ, ଓ ସେମାନ ଙ୍କର କଣ ଚାଷ ଦେଖି ସର୍ଭେ କରିଥିଲେ ଟ୍ରେନିଂ ନେଇଥିବା ଚାଷୀଙ୍କ ନାମ ଓ ଠିକଣା ରୁ ତଦନ୍ତ କଲେ ଜଣା ପଡିବ l ଛୁରିଆନା ଗ୍ରାମ ପଞ୍ଚୟତ ହେଉଛି ସମୁଦ୍ର କୁଳ ଅଞ୍ଚଳ l ସେହି ପଞ୍ଚୟତ ର ସର୍ବାଧିକ ଲୁଣି ଓ ମଧୁର ଜଳ ର ଭଲ ମାଛ ଚାଷୀ ଅଛନ୍ତି, ହେଲେ ସେମାନ ଙ୍କୁ କେହି କହି ନାହାନ୍ତି ବୋଲି ମଧୁର ଜଳ, ଲୁଣି ଜଳ ର ମାଛ ଚାଷୀ ପ୍ରତାପ ନାୟକ, ଲିଟୁ ନାୟକ, ଦୁଃଶାସହ ନାୟକ, ଶିବ ପ୍ରସାଦ ନାୟକ ପ୍ରମୁଖ କ୍ଷୋଭର ସହ କହିଛନ୍ତି l ଏହି ନାମ ମୁତାବକ ଜଦି କେହି ଉପରିସ୍ଥ ଅଧିକାରୀ ଦେଖିବା ପାଇଁ କି ତଦନ୍ତ ପାଇଁ କଣମଣ ଗ୍ରାମକୁ ଆସନ୍ତି ସେ ଦେଖିବେ କେତେଦୂର ଏହି ତଥ୍ୟ ସତ କି ମିଛ l ଏହି କାର୍ଯ୍ୟକ୍ରମ ରେ ପୁରି ଜିଲ୍ଲା ର ସହକାରୀ ମଶ୍ଚ ଅଧିକାରୀ ସଂଘମିତ୍ରା ପାଣିଗ୍ରାହୀ ଙ୍କ ସମେତ, ଅସ୍ତରଙ୍ଗ ବ୍ଲକ ମଶ୍ଚ ଅଧିକାରୀ ଶ୍ରୀ ଜଗନ୍ନାଥ ବେହେରା, ଓ ଏମ ପି ଡି ଏ, ର ଅଧିକାରୀ ପ୍ରମୁଖ ଯୋଗଦାନ କରିଥିଲେ l ଏହାର ପ୍ରମୁଖ ଅଧିକାରୀ ଲଷ୍ମୀକାନ୍ତ ପଟନାୟକ ଙ୍କୁ ଫୋନ ରେ ଯୋଗାଯୋଗ କରିଥିଲେ ମଧ୍ୟ ସେ ମହାଶୟ ଫୋନ ଗ୍ରହଣ କରି ନଥିଲେ l ଏହି କାର୍ଯ୍ୟକ୍ରମ ର ସମ୍ପୂର୍ଣ ରୂପ ରେଖ ଠିକ ଅଛି କି ନାହିଁ, କି ଦଲାଲ ଙ୍କ ଦ୍ଵାରା ହରିଲୁଟ ହୋଇଛି ତାହାର ତଦନ୍ତ ନିମନ୍ତେ ବହୁ,ଚାଷୀ ସରକାର ଙ୍କର ଦୃଷ୍ଟି ଆକର୍ଷଣ କରିବା ସହ ଲିଖିତ ଆକାର ରେ ବିଭାଗୀୟ ଅଧିକାରୀଙ୍କୁ ଜଣାଇ ଦିଆ ଯିବ ବୋଲି ମଶ୍ଚ ଚାଷୀ ସମୂହ ପ୍ରକାଶ କରି ଛନ୍ତି l