ବିଜେପି ନେତା ଙ୍କୁ ଅପହରଣ ସହ ମାରଣାନ୍ତକ ଆକ୍ରମଣ।ପୁଲିସ ପହଞ୍ଚି ଯିବାରୁ କୁର୍ମା ଙ୍କ ଜିବନ ବଞ୍ଚି ଗଲା।

ଗୋପାଳପୁର, ୨୩/୦୯
ଗୋପାଳପୁର ଅଞ୍ଚଳର ବିଜେପି ନେତା ଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ, ଅପହରଣ ସହ ଲୁଟ କରିଥିବା ନେଇ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି।ଠିକ୍ ସମୟରେ ପୁଲିସ ପହଞ୍ଚି ଯିବାରୁ ଆକ୍ରମଣ କାରୀ ମାନେ ଛତ୍ରଭଙ୍ଗ ଦେବା ସହ ବିଜେପି ନେତାଙ୍କ ଜିବନ ବର୍ତ୍ତି ଯାଇଛି।
ଅଭିଯୋଗ ଅନୁଯାୟୀ ମାଣ୍ଡିଆପଲ୍ଲୀ ଜଗନ୍ନାଥ ବିହାର ରେ ରହୁଥିବା ବିଜେପି ନେତା ତଥା ଜିଲ୍ଲା ପରିଷଦ ପ୍ରାର୍ଥୀ ରହିଥିବା ବି କୁର୍ମା ସୋମବାର ରାତି ୧୧ ଟା ବେଳେ ଜଗନ୍ନାଥ ପୁର ପେଟ୍ରୋଲ ପମ୍ପ ସମ୍ମୁଖ ରେ ଠିଆ ହୋଇଥିବା ବେଳେ କରାପଲ୍ଲୀ ର ୬ ଜଣ ଯୁବକ ହଠାତ ତାଙ୍କ ନିକଟରେ ପହଞ୍ଚି ଖଣ୍ଡା, କାତି ଓ ଠେଙ୍ଗା ରେ ଅତର୍କିତ ଆକ୍ରମଣ କରିଥିଲେ।ଏହା ସହ ଆହାତ ଅବସ୍ଥାରେ କୁର୍ମା ଙ୍କୁ ଘଟଣା ସ୍ଥଳରୁ ପ୍ରାୟ ୬ କିମି ଦୂର କରାପଲ୍ଲୀ ର ଏକ ନିର୍ଜନ ଅନ୍ଧାରୁଆ ସ୍ଥାନକୁ ନେଇ ସେଠାରେ ପୁଣି ଆକ୍ରମଣ ସହ ୪୦ ହଜାର ଟଙ୍କା ଲୁଟ୍ କରିଥିଲେ।ଠିକ୍ ସମୟରେ ଗୋପାଳପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯିବାରୁ ଆକ୍ରମଣ କାରୀ ମାନେ ସେଠାରେ ଫେରାର ହୋଇଯାଇଥିଲେ ବୋଲି କୁର୍ମା ଅଭିଯୋଗ ପତ୍ର ରେ ଉଲ୍ଲେଖ କରିଛନ୍ତି। ଆକ୍ରମଣ ରେ କୁର୍ମା ଙ୍କ ଶରୀର ରେ ବିଭିନ୍ନ ସ୍ଥାନ ରେ ଆଘାତ ଲାଗିଛି।ଘଟଣା ନେଇ ଗୋପାଳପୁର ବିଜେପି ରେ ତିବ୍ର ଉତ୍ତେଜନା ଦେଖା ଦେବା ସହ ତୁରନ୍ତ ଆକ୍ରମଣକାରୀ ମାନଙ୍କୁ ଗିରଫ କରିବାକୁ ଥାନାରେ ଦାବି ଜଣାଯାଇଛି।ଅନ୍ୟ ପଟେ କୁର୍ମା ଙ୍କୁ ଯେଉଁ ସ୍ଥାନ ରେ ମାଡ ମାରିବା ସହ ଅପହରଣ କରାଯାଇଥିଲା , ତାହା ଚମାଖଣ୍ଡି ଥାନା ଅଧୀନରେ ଆସୁଥିବା ରୁ ଗୋପାଳପୁର ପୁଲିସ ଏହା ନେଇ ତଦନ୍ତ କରିବା ସହ ଖବର ଲେଖା ହେବା ସୁଦ୍ଧା ମାମଲା ରୁଜୁ କରିନଥିବା ଜଣାପଡିଛି ।