Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁସ୍ତକ ମାର ସମ୍ଭବ ଲୋକାର୍ପିତ

ଖଡ଼ିଆଳ : ଖଡ଼ିଆଳ ସ୍ଥିତ ପୁଟୁପଡା ଠାରେ କବି ସନାତନ ମହାଉତୀଙ୍କ ଲିଖିତ କାବ୍ୟ “ମାର ସମ୍ଭବ” ଲୋକାର୍ପିତ ହୋଇଯାଇଛି। ଅନୁଷ୍ଠିତ ଉକ୍ତ ଲୋକାର୍ପଣ ସମାରୋହରେ ବିଶିଷ୍ଟ କବି ପଟ୍ଟାୟତ ନୀଳ ଲୋହିତ ସିଂହଦେବ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ସାହିତ୍ୟକ ବଳଭଦ୍ର ମହାଉତି, ବିଶିଷ୍ଟ ଅତିଥି ଭାବରେ ଅବସରପ୍ରାପ୍ତ ମୁଖ୍ୟ ଆୟକର କମିଶନର ଶ୍ରୀକାନ୍ତ ଚଟର୍ଜୀ , ସମ୍ମାନିତ ଅତିଥି ଭାବରେ ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡକ୍ଟର ଫଣିନ୍ଦମ ଦେଓ ଓ ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟ ଡକ୍ଟର ସୁଶାନ୍ତ କୁମାର ବିଶି ଏବଂ ପୁସ୍ତକ ସମୀକ୍ଷକ ଭାବରେ ଗାୟକ ଶିରୋମଣି ଅର୍ଜୁନ ଛତ୍ରିଆ ଯୋଗ ଦେଇଥିଲେ। କବି ଗୌରାଙ୍ଗ କୁମାର ସାହୁ ସ୍ୱାଗତ ସମ୍ଭାଷଣ ଓ ମଞ୍ଚ ପରିଚାଳନା କରିଥିବା ବେଳେ କବି ଉପେନ୍ଦ୍ର କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସ୍ୱର୍ଗତ ଗୁରୁ ଚତୁର୍ଭୁଜ ମିଶ୍ରଙ୍କ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପୁସ୍ତକ ଲୋକାର୍ପଣ ସମୟରେ କବିଙ୍କ ଧର୍ମ ପତ୍ନୀ କୁମୁଦିନୀ ମହାଉତି ମଞ୍ଚରେ ଉପସ୍ଥିତ ଥିଲେ। ସମାରୋହରେ ଶତାଧିକ କବି, ଲେଖକ, ସାହିତ୍ୟ ପ୍ରେମୀ ତଥା ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ