Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘ ଉପସଭାନେତ୍ରୀ  ବୈଜୟନ୍ତି ଙ୍କୁ ସମ୍ବର୍ଦ୍ଧନା

ଲକ୍ଷ୍ମୀପୁର ୨୫/୦୯ .. କୋରାପୁଟ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘ ର ଜିଲ୍ଲା ଉପସଭାନେତ୍ରୀ ବୈଜୟନ୍ତୀ ମାଳା ଖୋସଲା ଙ୍କୁ ଲକ୍ଷ୍ମୀପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ ର କର୍ମକର୍ତା ଙ୍କ ଦ୍ୱାରା ସମ୍ମାନିତ କରାଯାଇଛି।ଶ୍ରୀମତୀ ଖୋସଲା କୋରାପୁଟ ଜିଲ୍ଲା ଶିକ୍ଷକ ସଙ୍ଘ ର ଉପ ସଭାନେତ୍ରୀ ଭାବେ ଦ୍ୱିତୀୟ ଥର   ପାଇଁ ନିର୍ଦ୍ୱନ୍ଦ ରେ ନିର୍ବାଚିତ ହୋଇଛନ୍ତି। ତାଙ୍କ ସ୍ୱାମୀ ଶିକ୍ଷକ ସୁରେନ୍ଦ୍ର କୁଲଦୀପ ରାଜ୍ୟ ପ୍ରାଥମିକ ଶିକ୍ଷକ ସଙ୍ଘ ର ଉପସଭାପତି ଭାବେ ରହିଥିବା ବେଳେ ଉଭୟେ ମିଶି ଶିକ୍ଷକ ମାନଙ୍କ ର ସମସ୍ୟା, ଭଲ ମନ୍ଦ ଉପରେ ସବୁବେଳେ ରହିଥାନ୍ତି, ଏହା ଆଗକୁ ମଧ୍ୟ ଜାରି ରହିବ ବୋଲି ଉଭୟ ପ୍ରକାଶ କରିଛନ୍ତି। ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ବିଭୁତି ଭୂଷଣ ଟାକ୍ରୀ,ସଭାପତି ଦୟାନିଧି ଗରଡା, ଉପ ସଭାପତି ନିରଞ୍ଜନ ନାୟକ,ସମ୍ପାଦକ ତ୍ରିନାଥ ମହାପାତ୍ର, ସଂଯୋଜକ ଏ. ରମେଶ କୁମାର, ସଙ୍ଘଠନ ସମ୍ପାଦକ ବଳରାମ କନ୍ଦପାନ, ସହ ସମ୍ପାଦକ ଲାବଣ୍ୟ ହାଲବା, ଉପଦେଷ୍ଠା ପ୍ରମୋଦ କିଶୋର ଗରଡ଼ା ଙ୍କ ସମେତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ଶ୍ରୀମତୀ ଖୋସଲା ଙ୍କୁ ସାଲ ଓ ପୁଷ୍ପଗୁଛ ପ୍ରଦାନ କରି ଏହି ଅବସରରେ ସମ୍ମାନିତ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ