ରକ୍ତ କର୍କଟ ରେ ପିଡିତ ଶିଶୁ କୁ ସହାୟତା ର ହାତ ବଢାଇଲେ ଶମ୍ଭୁ ପାଣିଗ୍ରାହୀ

ଗୋପାଳପୁର, ୨୫/୯
ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଇନ୍ଦ୍ରାକ୍ଷୀ ପଞ୍ଚାୟତ ଅଧିନସ୍ଥ ଓ ଡି ଆର ପି କଲୋନୀ ରେ ରହୁଥିବା ଅଢ଼େଇ ବର୍ଷ ର ଶିଶୁ ପୁତ୍ର ରକ୍ତ କର୍କଟ ରୋଗରେ ପିଡ଼ିତ ହୋଇ ଚିକିତ୍ସିତ ହେଉଥିଲେ ସୁଦ୍ଧା ପରିବାର ର ଆର୍ଥିକ ସ୍ଥିତି ସୁଦୃଢ଼ ନଥିବାରୁ ଚିକିତ୍ସା ରେ ଅର୍ଥ ବାଧକ ସାଜିଛି। ଯାହାଫଳରେ ପିତାମାତା ନିରୁତ୍ସାହିତ ହୋଇ ଯାଇଛନ୍ତି।ଆଜି ଏହା ନେଇ କଂଗ୍ରେସ ର ପିସିସି ସଭ୍ୟ ତଥା ଗୋପାଳପୁର କଂଗ୍ରେସ ବରିଷ୍ଠ କଂଗ୍ରେସ ନେତା ଶମ୍ଭୁ ପାଣିଗ୍ରାହୀ ଗାଁ ରେ ପହଞ୍ଚି ପରିବାର କୁ ୨୦ ହଜାର ଟଙ୍କା ର ଆର୍ଥିକ ସହାୟତା କରିବା ସହ ରାସନ ସାମଗ୍ରୀ ପ୍ରଦାନ କରିଥିଲେ।ଏହା ସହ ଆଗାମୀ ଦିନରେ ଯାହା ସାହାଯ୍ୟ ଦରକାର ସେ ନିଶ୍ଚିତ ଭାବରେ ଯୋଗାଇ ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଓ ଡି ଆର ପି କଲୋନୀ ରେ
ସୁଦାମା ବେହେରା ଓ କୁମାରୀ ବେହେରାଙ୍କ ପରିବାର ର ଗୋଟିଏ ଝିଅ ଓ ଗୋଟିଏ ପୁଅ ସହ ରହି ଆସୁଛନ୍ତି ।ସୁଦାମା ଦିନମଜୁରିଆ ଭାବେ କାମ କରି ଯାହା ରୋଜଗାର କରୁଛନ୍ତି ସେଥିରେ କଷ୍ଟେମେଷ୍ଟ ପରିବାର ପ୍ରତିପୋଷଣ କରିଥାନ୍ତି | ଝିଅ ଜନ୍ମ ହେବାର ୮ ବର୍ଷ ପରେ ରୁଦ୍ର ଜନ୍ମ ହୋଇଥିବାରୁ ବାପାମାଆ ଖୁସିରେ ଆତ୍ମହରା ହୋଇଥିଲେ। ଆଉ ପୁଅର ଭବିଷ୍ୟତକୁ ନେଇ ଅନେକ ସ୍ଵପ୍ନ ଦେଖିଥିଲେ କିନ୍ତୁ ବିଧିର ବିଧାନ ଅଲଗା ଥିଲା। ଏବେ ରୁଦ୍ର ର ବୟସ ଅଢ଼େଇ ବର୍ଷ ହୋଇଥିବା ବେଳେ ରୁଦ୍ରକୁ ହଠାତ୍ ଜ୍ଵର ହୋଇଥିବା ବେଳେ ବହୁ ଡାକ୍ତରଙ୍କ ପରାମର୍ଶ ନେବା ସହ ଔଷଧ ଖାଇବା ସତ୍ତ୍ବେ ସେ ସୁସ୍ଥ ହୋଇ ନଥିଲା । ଶେଷରେ ରକ୍ତନମୁନା ପରୀକ୍ଷଣରୁ ସେ ରକ୍ତକର୍କଟରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଏହା ଜାଣିବା ପରେ ସୁଦାମା ଓ କୁମାରୀଙ୍କ ପାଦତଳୁ ମାଟି ଖସିପଡ଼ିଥିଲା। ପ୍ରଥମେ ବ୍ରହ୍ମପୁର ବଡ଼ଡାକ୍ତରଖାନା ଓ ପରେ ବିଶାଖାପାଟଣାରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଇଛନ୍ତି । ତେବେ ରୁଦ୍ର ଭଲ ହେବାକୁ ଅଧିକ ଅର୍ଥର ଆବଶ୍ୟକତା ରହିଥିବା ଡାକ୍ତର କହିଛନ୍ତି। ଏହାମଧ୍ୟରେ ସୁଦାମାଙ୍କ ସମସ୍ତ ସଞ୍ଚିତ ଅର୍ଥ ସରିଯାଇଛି। ସାଙ୍ଗସାଥୀ, ପଡ଼ୋଶୀ ଓ ବନ୍ଧୁବାନ୍ଧବ ଯାହା ସହାୟତା ଦେଇଥିଲେ ତାହା ଚିକିତ୍ସାରେ ଖର୍ଚ୍ଚ ହୋଇସାରିଛି। ଏପରିକି ନିଜ ଘର ଓ ଗାଡ଼ି ମଧ୍ୟ ବିକ୍ରି କରିସାରିଛନ୍ତି। ସରକାରୀ ସ୍ବାସ୍ଥ୍ୟକାର୍ଡ଼ରୁ ସବୁ ଟଙ୍କା ସରିଗଲାଣି| ଫଳରେ ବାପାମାଆ ଏବେ ନିରୁପାୟ ହୋଇ ରୁଦ୍ରକୁ ସାଙ୍ଗରେ ଧରି ବିଭିନ୍ନ ଘର ଓ ଗାଁକୁ ଗାଁ ବୁଲି ହାତ ପାତି ସାହାଯ୍ୟ ମାଗୁଛନ୍ତି ‘ଛୋଟିଆ ସାହାଯ୍ୟରେ ମୋ’ ପୁଅର ଜୀବନ କାଳେ ବଞ୍ଚିଯିବ, ବୋଲି ମାଁ କୁମାରୀ କହିଛନ୍ତି। ଏଣୁ ରୁଦ୍ର ର ଚିକିତ୍ସା ନିମନ୍ତେ ଆବଶ୍ୟକ ପଡୁଥିବା ଅର୍ଥ ରାଶି ଯଦି ବଦାନ୍ୟ ବ୍ୟକ୍ତିଙ୍କ ଠାରୁ ସାହାଯ୍ୟ ଆକାରରେ ପାଇ ପାରନ୍ତେ ତାହା ହେଲେ ରୁଦ୍ର ଜଲଦି ଭଲ ହୋଇ ସୁସ୍ଥ ଶିଶୁ ଭାବେ ଘରେ ଖେଳ ଫୁଲ କରିପାରନ୍ତେ ବୋଲି ବାପା ସୁଦାମା କହିଛନ୍ତି।