ବରପାଲି ବ୍ଳକରେ ମାଟ୍ରିକ ପରୀକ୍ଷାରେ ପାସହାର ୯୭ ପ୍ରତିଶତ ଓ ଏୱାନ ୧୫ଜଣ


ବରପାଲି : ବରପାଲି ବ୍ଳକ ଶିକ୍ଷାବିଭାଗ ଅର୍ନ୍ତଗତ ୩୩ଟି ସରକାରୀ ଓ ଘରୋଇ ହାଇସ୍କୁଲ ଚଳିତ ଏଏଚଏସସି ପରିକ୍ଷାରେ ୯୭ ପ୍ରତିଶତ ପାସ ହାରରେ ବରଗଡ ଜିଲ୍ଲା ସ୍ତରରେ ସୂନାମ ଅର୍ଜନ ଦିଗରେ ଏକ ମାଇଲଖୁଣ୍ଟ ସାଜିପାରିଛି। ଚଳିତ ପରିକ୍ଷାରେ ଘରୋଇ ହାଇସ୍କୁଲ ମାନଙ୍କ ମଧ୍ଯରେ ଶିଶୁ ବିଦ୍ଯାମନ୍ଦିର ଏ ୱାନରେ ୧୧ଜଣ ପାସ କରିଥିବା ବେଳେ ବ୍ଳକ ଟପର ଭାବରେ ଦୁଇଛାତ୍ର ୯୭ ପ୍ରତିଶତ ପାସ ହାରରେ ତିଲକ ହୋତା ଓ ପ୍ରିତିଶ ଚନ୍ଦନ ସାହୁ ୫୮୭ ନମ୍ବର ରଖିଛନ୍ତି।ସେହିପରି ମଡର୍ଣ୍ଣ ପବ୍ଲିକ ସ୍କୁଲର ଅସ୍ମିତ ବଢେଇ ୫୪୭ ନମ୍ବର ରଖି ଏୱାନରେ ପାସ କରିଥିବା ବେଳେ ସରକାରୀ ହାଇସ୍କୁଲ ବରମକେଲାର ଛାତ୍ରି ସୂଜ୍ଞାସିନୀ ପ୍ରଧାନ ୫୫୫ ନମ୍ବର ରଖି ୯୨.୫୦ପ୍ରତିଶତ ମାର୍କ ରଖି ଗ୍ରାମାଙ୍ଚଳ ହାଇସ୍କୁଲ ସ୍ତରରେ ଟପର ହୋଇ ପାରିଛନ୍ତି। ଅନ୍ଯ ସରକାରୀ ହାଇସ୍କୁଲ ମାନଙ୍କ ମଧ୍ଯରେ ଆଗଲପୁର ଛାତ୍ରି ମନୋରମା ବିଶ୍ବାଲ ୫୪୩ ମାର୍କରେ ଏୱାନ ପାସ କରିଥିବା ସମୟରେ ବରମକେଲା ହାଇସ୍କୁଲ ଛାତ୍ରି ଯସ୍ମିନ ବାରିକ ୫୪୧ ମାର୍କ ପ୍ରାପ୍ତି କରି ଏୱାନରେ ରହିଛନ୍ତି। ସେହିପରି ଶିଶୁ ବିଦ୍ଯାଳୟ ଏୱାନ ବିଭାଗରେ ଗୌରବ ଅର୍ଜିଥିବା ଛାତ୍ରଛାତ୍ରି ମାନଙ୍କ ମଧ୍ଯରୁ ପ୍ରତ୍ଯୁଷ ଦାଶ ୫୭୫ମାର୍କ ୯୫.୮୫ ପ୍ରତିଶତ,ଆକ୍ଷାଂକା ପଧାନ ୫୬୯ମାର୍କ ୯୪.୮୨ ପ୍ରତିଶତ,ବିଭୁଦତ୍ତ ଗଡତିୟା ୫୬୮ ମାର୍କ ସହ ୯୪.୬୬ ପ୍ରତିଶତ,ପ୍ରିତିଶ ସାହୁ ୫୫୯ ମାର୍କରେ ୯୩.୧୬ ପ୍ରତିଶତ,ରୂଥ୍ବିକ କୁମାର କୁମାର ସାହୁ ୫୫୪ ନମ୍ବର ରଖି ୯୨.୩୩ ପ୍ରତିଶତ,ଓମ ପ୍ରକାଶ ଭୋଇ ୫୪୭ ନମ୍ବର ରଖି ୯୧.୧୬ ପ୍ରତିଶତ,ପ୍ରିଶୁଂ ଦାଶ ୫୪୬ ମାର୍କ ୯୧ ପ୍ରତିଶତ,ଅଙ୍କିତ ଭୋଇ ୫୪୦ ନମ୍ବରରେ ୯୦ ପ୍ରତିଶତ,ହ୍ରୁତେଷ୍ଣା ନାୟକ ୫୪୦ ମାର୍କ ୯୦ ପ୍ରତିଶତ ହାରରେ ନିଜ ଲକ୍ଷ ସ୍ତଳରେ ପହଚିଂ ପାରିଛନ୍ତି। ବିବରଣି ଅନୁଯାୟୀ ବ୍ଳକର ୩୩ଟି ହାଇସ୍କୁଲ ୧୫୫୩ ଜଣ ଛାତ୍ରଛାତ୍ରୀ ପରିକ୍ଷାର୍ଥି ରହିଥିବା ବେଳେ ଏ୧ରେ ୧୫ ଜଣ ପାସ କରିଥିବା ବେଳେ ଏ୨ରେ ୬୪ ଜଣ, ବି୧ରେ ୧୩୬ ଜଣ ଏବଂ ବି୨ରେ ୨୮୭ଜଣ ଉତ୍ତିର୍ଣ୍ଣ ହୋଇ ସର୍ବାଗ୍ରେ ରହିଛନ୍ତି। ପାସହାରକୁ ନେଇ ବ୍ଳକ ଶିକ୍ଷାଧିକାରୀ ମୁକୁନ୍ଦ ମାହାର ନିଜ ସନ୍ତୋଷ ବ୍ଯକ୍ତ କରିଥିବା ବେଳେ ରିଜଲ୍ଟତ ନିଶ୍ଚିତ ଭାବେ ଆଶାଜନକ ହୋଇଥିଲେ ସୁଦ୍ଧା ଆମର କିଛିଟା କମି ରହିଗଲା ପରି ଲାଗୁଛି। ଯାହାକି ଆଗାମି ଦିନରେ ଆମକୁ ଗୁରୁତ୍ବର ସହ ଛାତ୍ରଛାତ୍ରି ମାନଙ୍କ ମାନସିକ ଅବସ୍ଥିତି ଏବଂ ଜ୍ଞାନବିଜ୍ଞାନ ଆହାରଣକୁ ବୁଝିବା ସହ ନୁତନତା ଗ୍ରହଣ ମାଧ୍ଯମରେ ଶିକ୍ଷାଦାନର ଧାରା ଆପଣାଇବାକୁ ପ୍ରଚେଷ୍ଠା କରିବୁ ବୋଲି କହିଥିଲେ। ଏହି ଅବସରରେ ସିଆରସିସି ସଜଂୟ ସାହୁ କହିବାକଥା ପିଲାଙ୍କ ପରିଶ୍ରମ ସାର୍ଥକ ହେବା ସହ ଆମକୁ ସେତେଟା ସନ୍ତୋଷବାର୍ତ୍ତା ଦେଇଥିଲେ ମଧ୍ଯ ଅନ୍ଯ ବର୍ଷ ମାନଙ୍କ ଅପେକ୍ଷା ଚଳିତ ବର୍ଷ ବହୁ ଗୁଣରେ ସଫଳତା ଆଣିଛି ଏଥିରେ କୌଣଷି ଦ୍ବିମତ ରହିନାହି। ଆପଣମାନେ ଦେଖିବେ ଆଗାମି ଦିନରେ ଆମ ବ୍ଳକ ଶିକ୍ଷା କ୍ଷେତ୍ରରେ ନିଶ୍ଚିତ ଅଗ୍ରଣି ଭୂମିକା ନେବ ବୋଲି ଆମେ ବିଶ୍ବାଷ ରଖିଛୁ। ସେହିପରି ଛାତ୍ରଛାତ୍ରି ମାନଙ୍କ ସହ ଅଭିଭାବକ ମଣ୍ଡଳିରେ ଆନନ୍ଦର ଲହରି ଖେଳୁଥିବା ଦେଖାଯାଇଛି।