Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରଣ୍ଢା-ଚିକରଡା ରାସ୍ତା ରେ ମୋରମ ଗାଡ଼ିକୁ ଧରିଲେ ଖଣିମନ୍ତ୍ରୀ।

ଗୋପାଳପୁର,୨୭/୦୯
ଚୋରା ରେ ଚାଲାଣ ହେଉଥିବା ଏକ ହାଇଓ୍ବା ଟ୍ରକ କୁ ନିଜେ ଖଣି ଇସ୍ପାତ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ରଣ୍ଢା -ଚିକରଡା ରାସ୍ତା ରେ ଅଟକାଇ ଗୋଳନ୍ଥରା ପୁଲିସ ର ଜିମା ଦେବା ସହ ତଦନ୍ତ କରି ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ଆଜି ସନ୍ଧ୍ୟା ମନ୍ତ୍ରୀ ଶ୍ରୀ ଜେନା ନିଜ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ପୁଜା ମଣ୍ଡପ ବୁଲିବାକୁ ଯାଉଥିବା ବେଳେ ଏକ ହାଇଓ୍ବା ଟ୍ରକ(ଓଡି ୦୭ ଏ ପି ୫୧୬୬) ଚିକରଡା ରାସ୍ତା ରେ ଯାଉଥିଲା। ମନ୍ତ୍ରୀ ନିଜେ ଗାଡ଼ିକୁ ଅଟକାଇବା ସହ ଡ୍ରାଇଭର କୁ ପଚରା ଉଚରା କରିଥିଲେ।ଏଥି ସହ ଗୋଳନ୍ଥରା ଥାନା ଆଇଆଇସି ତଥା ଡି ଏସ ପି ବିବେକାନନ୍ଦ ସ୍ବାଇଁ ଙ୍କୁ ଘଟଣା ସ୍ଥଳରୁ ଡାକିବା ସହ ଟ୍ରକ କୁ ଥାନା କୁ ନେଇ ତଦନ୍ତ କରିବା ସହ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରକ ଟିକୁ ଥାନା କୁ ନେଇ ଯାଞ୍ଚ ସମୟରେ ଚିକିଟି ଅଞ୍ଚଳ ର ଏକ ମୋରମ ଖାଦାନରୁ ଏହାକୁ ଚିକରଡା କୁ ଆସୁଥିବା ଜଣାପଡିଛି। ଏହାକୁ ନେଇ ପୁଲିସ ପକ୍ଷରୁ ଅଧିକ ତଦନ୍ତ ଚାଲିଥିବା ଆଇଆଇସି ବିବେକାନନ୍ଦ ସ୍ବାଇଁ ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories