Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ନାରାୟଣପାଟଣା ବ୍ଲକରେ ସତପ୍ରତିସତ ପାସ୍,ବି-୧ ତଳେ ସବୁ

କୋରାପୁଟ ୧୮।୦୫ : କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକରେ ଥିବା ୧୧ଟି ହାଇସ୍କୁଲର ୩୮୩ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଚଳିତବର୍ଷ ୩୫୧ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ I ସେଥିମଧ୍ୟରୁ ପରିକ୍ଷା ଫଳ ସତ ପ୍ରତିସତ ରହିଛି।କିନ୍ତୁ କେହିବି ଜଣେ ଏ-୧ ପାଇ ନଥିବା ବେଳେ ଶିକ୍ଷକ ଶିକ୍ଷତ୍ରୀଙ୍କ ପାଠ ପଢାକୁ ନେଇ ସନ୍ଦେହ ଉପୁଜିଛି।ନାରାୟଣପାଟଣା ୫-ଟି ହାଇସ୍କୁଲରେ ୧୮୦ରୁ ସମୁହ ପାସ ହୋଇଥିବା ବେଳେ ଏ-୧ କଥା ଛାଡ ଜଣେ ହେଲେବି ବି-୧ରେ ପାସ ହୋଇ ନଥିବା ନାରାୟଣପାଟଣା ଶିକ୍ଷା ବିଭାଗ ପ୍ରତି ଅଙ୍ଗୁଳି ନିର୍ଦ୍ଧେସ କରିଛି।ସେହି ପରି ତେନ୍ତୁଳିପଦର ହାଇସ୍କୁଲରେ ୧୦ ଜଣ ଛାତ୍ର ଛାତ୍ରୀ ପରିକ୍ଷା ଦେଇଥିବା ବେଳେ,ତଳଗୁମାଣ୍ଡିରେ ୨ଜଣ,ପୋଡାପଦର ହାଇସ୍କୁଲର ୬ଜଣ,ଢେପାଗୁଡା ଏସ.ଏସ.ଡି ହାଇସ୍କଲୁରେ ୫୫ ଜଣ,
ଶିରିଗୁଡା ହାଇସ୍କୁଲର ୯ଜଣ,ବିଜାଘାଟି ହାଇସ୍କୁଲର ୧୪ ଜଣ,ପିଲକୁରୁ ହାଇସ୍କୁଲର ୧୦ ଜଣ ଓ ବାଲିପେଟା ହାଇସ୍କୁଲର ୫୯ ଜଣ ଛାତ୍ର ଛାତ୍ରୀ ଚଳିତ ବର୍ଷ ଦସମ ଶ୍ରେଣୀ ପରିକ୍ଷାରେ ଉତିର୍ଣ ହୋଇଛନ୍ତି।ରାଜ୍ୟ ସରକାର ୫-ଟି ନାମରେ ଅନେକ ବିଦ୍ୟାଳୟ ଗୁଡିକର ରୁପାନ୍ତିକରଣ କରିଥିଲେ ମଧ୍ୟ ପରିକ୍ଷା ଫଳ ସୁନ।ଜଣେ ହେଲେବି ଏ-୧ ପାଇ ନାହାନ୍ତି।ଜାହାକି ଜିଲ୍ଲାର ଶିକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ନ ବାଚି ଶୃଷ୍ଟି କରିଛି।ଅପର ପଟେ ବ୍ଲକରେ ଥିବା କାସବାଲସା ହାଇସ୍କୁଲର କୌଣସି ଛାତ୍ର ଛାତ୍ରୀ ପରୀକ୍ଷା ଦେଇ ନଥିବା ବେଳେ ତାର କାରଣ ଜଣାପଡି ନାହିଁ।ଏନେଇ ବ୍ଲକ ଶିକ୍ଷା ଅଧିକାରିଙ୍କୁ ଫୋନ ଯୋଗେ ଜୋଗା ଯୋଗ କରିବାରୁ ତାହା ସମ୍ଭବପର ନହେବାରୁ ତାଙ୍କର ପ୍ରତିକ୍ରିଆ ମିଳିପାରିନି।