ଲକ୍ଷ୍ମୀପୁର ବସ ଷ୍ଟାଣ୍ଡ ରେ ଧୂମଧାମ ରେ ଦୁର୍ଗାପୂଜା…୨୫ ବର୍ଷ ପୂର୍ତ୍ତି ଅବସରରେ ପାଳନ କରାଯାଉଛି ରୌପ୍ୟ ଜୟନ୍ତୀ…

ଲକ୍ଷ୍ମୀପୁର:ଲକ୍ଷ୍ମୀପୁର ନୁଆଁ ବସଷ୍ଟାଣ୍ଡ ରେ ଥିବା ଦୁର୍ଗାପୂଜା ମଣ୍ଡପ ରେ ଦଶହରା ଉପଲକ୍ଷେ ଚାଲିଛି ମା ଙ୍କ ଦୁର୍ଗାପୂଜା। ଯାହାକୁ ନେଇ ଏବେ ଉତ୍ସବ ମୁଖରିତ ଲକ୍ଷ୍ମୀପୁର । ବ୍ଲକ ସଦର ମହକୁମାରେ ଗୋଟିଏ ହିଁ ଦୁର୍ଗା ମେଢ଼ ପ୍ରତିବର୍ଷ ହଉଥିବା ବେଳେ ଷଷ୍ଠୀ ଠାରୁ ଆରମ୍ଭ ହୋଇଛି ପୂଜାପାଠ। ତନ୍ତ୍ର ମନ୍ତ୍ର ଓ ଚଣ୍ଡୀ ପାଠ ରେ ଉଛୁଳୁଛି ପୂଜା ମଣ୍ଡପ ।ଏହି ପୂଜା ଅବସରରେ ଲକ୍ଷ୍ମୀପୁର ସଦର ମହକୁମା ରେ ଲକ୍ଷ୍ମୀପୁର କୁ ଆଲୋକ ମାଳା ରେ ସୁସ ଜିତ କରାଯିବା ସହ ସୁନ୍ଦର ତୋରଣ ନିର୍ମାଣ କରାଯାଇଛି ।ମଣ୍ଡପ ରେ ମା ଦୁର୍ଗା ଙ୍କ ସମେତ ଲକ୍ଷ୍ମୀ, ସରସ୍ବତୀ, ଗଣେଶ ଓ କାର୍ତିକ ଙ୍କ ସହ ଦୁଇ ସଖି ପୂଜା ପାଉଛନ୍ତି।ଚଳିତ ବର୍ଷ ଏହି ପୂଜା କୁ ୨୫ ବର୍ଷ ପୂର୍ତ୍ତି ହଉଥିବା କାରଣରୁ ରୌପ୍ୟ ଜୟନ୍ତୀ ଉତ୍ସବ ଭାବରେ ନିଆଯାଇ ଧୂମଧାମ ରେ ପୂଜା ଆୟୋଜନ କରାଯିବା ସକାଶେ କମିଟି ତରଫରୁ ନିଷ୍ପତି ନିଆଯାଇଛି। ରବିବାର ଠାରୁ ମା ଙ୍କ ଷଷ୍ଠୀ ପୂଜା ଆରମ୍ଭ କରାଯାଇଥିବା ବେଳେ ଗୁରୁବାର ଦିନ ଦଶହରା ପୂଜା ଅନୁଷ୍ଠିତ ହେବ। ଦଶମୀ ପୂଜା ସମାପନ ହେବାସହ ବ୍ଳକ ପଡିଆ ରେ ରାବଣ ପୋଡି ରେ ଆୟୋଜନ ରଖାଯାଇଛି। ରାବଣ ପୋଡି ସକାଶେ ଗୁରୁବାର ଦିନ ଆଖପାଖ ଅଞ୍ଚଳ ରେ ହଜାର ହଜାର ଲୋକଙ୍କ ଗହଳି କୁ ଦୃଷ୍ଟି ରେ ରଖି କମିଟି ତରଫରୁ ମେଲୋଡି ଓ ପୌରାଣିକ ନାଟକ ଆୟୋଜନ କରାଯିବାକୁ ନିଷ୍ପତି ନିଆଯାଇଛି।ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଫ୍ରେଣ୍ଡସ ୟୁଥ ଆସୋସିଏସନ ସହ ନୂତନ ଯୁବପିଢ଼ି ଓ ବଣିକ ସଙ୍ଘ କର୍ମକର୍ତା ଙ୍କ ସହଯୋଗ ରେ ପୂଜା ଅଧିକ ଆକର୍ଷିତ ହୋଇଛି ପୂଜା ମଣ୍ଡପ।ପୂଜା କମିଟି ସଭାପତି ଉମାଶଙ୍କର କର୍କରା ଙ୍କ ସହ ଦେବେନ୍ଦ୍ର ନାଥ ସାହୁ, ରାମକ୍ରୀଷ୍ଣା ରାଓ,ମନୋଜ ସାହୁ,ତପନ ସାହୁ, ବଳିଆ ବିଶୋଇ, ଅଜସ୍ୱୀ ସାହୁ,ସଂଗ୍ରାମ ବେହେରା ଙ୍କ ସମେତ ଯୁବଗୋଷ୍ଠୀ ପୂଜା କୁ ସହଯୋଗ କରୁଛନ୍ତି।ଗହଳି କୁ ଦୃଷ୍ଠୀ ରେ ରଖି ଟ୍ରାଫିକ ବ୍ୟବସ୍ଥା ଓ ଆଇନ ଶୃଙ୍ଖଳା ସଜାଡ଼ିବା ସକାଶେ ଲକ୍ଷ୍ମୀପୁର ପୋଲିସ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।