ଗଜଲଷ୍ମୀ ପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ll

ଅସ୍ତରଙ୍ଗ:ପୁରୀଜିଲ୍ଲା ଅସ୍ତରଙ୍ଗ ବ୍ଲକର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ମା ଲକ୍ଷ୍ମୀ କ୍ଲବ ଆନୁକୂଲ୍ୟରେ ହେବାକୁ ଥିବା ଗଜଲକ୍ଷ୍ମୀଙ୍କ ପୂଜା ଏବଂ ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତା ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକ କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି। କ୍ଲବର ସଭାପତି ତପନ କୁମାର ସ୍ୱାଇଁଙ୍କ ପୌରୋହିତରେ ଅନୁଷ୍ଠିତ ଏହି ବୈଠକରେ ଥାନା ଆଇଆଇସି ଦୁର୍ଗାଚରଣ ମହାପାତ୍ର, ଡାକ୍ତର ଦେବପ୍ରସାଦ ପଟ୍ଟନାୟକ, ଅସ୍ତରଙ୍ଗ ତହସିଲର ବରିଷ୍ଠ କିରାଣୀ ରାଜେନ୍ଦ୍ର ପାତ୍ର, ଉପଦେଷ୍ଟା ପ୍ରଶାନ୍ତ ଭୋଳ, ଚିତ୍ରସେନ ପ୍ରଧାନ, ସମ୍ପାଦକ ପବିତ୍ର କାଣ୍ଡି, ଉପସଭାପତି ହରିହର ମହାନ୍ତି,ନାଟ୍ୟ ସମ୍ପାଦକ ଦେବାଶିଷ ବାରିକ, ନାଟ୍ୟ ପରିଚାଳକ ସମୀର କୁମାର କରଙ୍କ ସମେତ ସମସ୍ତ ସଭ୍ୟ ଯୋଗଦେଇ ଚଳିତ ବର୍ଷ ପୂଜା ପାଇଁ ବଜେଟ୍ ପ୍ରସ୍ତୁତ କରିବା ଏବଂ ପୂଜା, ସାଜସଜ୍ଜା, ମନୋରଞ୍ଜନ, ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ସଂକ୍ରାନ୍ତରେ ଆଲୋଚନା କରିବା ସହିତ ସମସ୍ତ ପ୍ରକାର ପ୍ରଶାସନିକ ସହଯୋଗ ଯୋଗାଇ ଦେବା ପାଇଁ ଉପସ୍ଥିତ ଅଧିକାରୀ ମାନେ ପ୍ରକାଶ କରିଥିଲେ। ଆସନ୍ତା ୬ ତାରିଖ ଦିନ ମା ଙ୍କ ପୂଜା ସମ୍ପୂର୍ଣ୍ଣ ଵିଧି ଅନୁଯାଇ ପାଳନ କରାଯିବା ସହ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ କଳାକାର ଙ୍କ ଦ୍ୱାରା ଏକ ଭଜନ କାର୍ଯ୍ୟକ୍ରମ ଆୟୋଜନ କରାଯିବ ଏବଂ ଆସନ୍ତା ୧୭ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସ୍ତରୀୟ ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତା କରାଯିବ ବୋଲି ଅନୁଷ୍ଠାନର ନାଟ୍ୟ ସମ୍ପାଦକ ଦେବାଶିଷ ବାରିକ ସୂଚନା ଦେଇଛନ୍ତି l ଚଳିତ ବର୍ଷ ପୂଜାକୁ ଅଧିକ ଆକର୍ଷଣୀୟ ଓ ଲୋକାଭିମୁଖି କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିବାବେଳେ ୬ ତାରିଖ ଦିନ କ୍ଲବର ନୂତନ ଗୃହ ପ୍ରତିଷ୍ଠା ଓ ୨ ହଜାର ଭକ୍ତଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା ରହିଛି ବୋଲି ସଭାପତି ଶ୍ରୀ ସ୍ୱାଇଁ ସୂଚନା ଦେଇଛନ୍ତି।