Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଜଣା ଗାଡ଼ି ଧକ୍କାରେ ଚିକିତ୍ସା ଧିନ ମହିଳା ଙ୍କ ମୃତ ପୋଲିସ୍ ର ତଦନ୍ତ ଆରମ୍ଭ

ପଟ୍ଟାଙ୍ଗି୦୫/୧୦କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ସମ୍ବାଇ ପଞ୍ଚାୟତ ର ଦେବତାଗୁଡା ଗ୍ରାମର ଲାଛମା ହନ୍ତାଳ ଙ୍କ ଚିକିତ୍ସା ଧିନ ଅବସ୍ଥାରେ ଜିଲ୍ଲା ମେଡ଼ିକାଲ କଲେଜରେ ମୃତ ଘଟିଥିବା ବେଳେ ପୋଲିସ୍ ଲିଖିତ ଅଭିଯୋଗ ଗ୍ରହଣ କରିବା ପରେ ଆରମ୍ଭ କରିଛି ତଦନ୍ତ । ସୂଚନା ମୁତାବକ ଉକ୍ତ ମହିଳା ଜଣକ ଗତ ୦୨ ତାରିଖ ଦିନ ନିଜ ଗ୍ରାମ ନିକଟରେ ରହିଥିବା ଚାଷଜମି ନିକଟରେ ଗାଈଗୋରୁ ଙ୍କୁ ଖାଇବା କୁ ଦେଉଥିଲା । ଏହି ସମୟରେ ବର୍ଷା ଲାଗି ରହିଥିବା ବେଳେ ବର୍ଷା ର ପ୍ରଭାବରେ କୈଣସି ଏକ ଗାଡ଼ି ଲାଛମା ଙ୍କୁ ଧକ୍କା ଦେଇ ଘଟଣା ସ୍ଥଳରୁ ଚାଲି ଯାଇଥିଲା । ଯାହାକି ଲଛମା ଗୁରୁତର ଆହତ ହୋଇ ଘଟଣା ସ୍ଥଳେ ଅନେକ ସମୟ ଧରି ପଡି ରହିଥିଲେ । ବର୍ଷା ପ୍ରଭାବରେ ଦୁର୍ଘଟଣା ଘଟାଇ ଚାଲି ଯାଇଥିବା ଗାଡି କୁ ଧରିବାରେ ପରିବାର ଲୋକ ସକ୍ଷମ ହୋଇ ନଥିବା ବେଳେ ଆହତ ହୋଇ ପଡି ରହିଥିବା ଲଛମା ଙ୍କୁ ଘଟଣା ସ୍ଥଳରୁ ଉଧାର କରି ପୁକାଲି ସ୍ୱାସ୍ଥ୍ୟ କେନ୍ଦ୍ର ପହଞ୍ଚାଇ ପରିବାର ସଦସ୍ୟ ପ୍ରାଥମିକ ଚିକିତ୍ସା କରାଇଥିଲେ । ଏହି ସମୟରେ ଦୁର୍ଘଟଣାଗ୍ରସ୍ତ ମହିଳାଙ୍କ ଦୁଇଟି ଗୋଡ଼ ଭାଙ୍ଗି ଯାଇଥିବା ସହ ଛାତିରେ ଗଭୀର ଆଘାତ ଲାଗିଥିବା ଡାକ୍ତର ଜାଣିବା ପରେ ଲଛମା ଙ୍କୁ ତୁରନ୍ତ କୋରାପୁଟ ମେଡିକାଲ କଲେଜ କୁ ସ୍ଥାନାନ୍ତରିତ କରିଥିଲେ । ଉକ୍ତ ମେଡ଼ିକାଲ କଲେଜ୍ ରେ ଦୁଇ ଦିନଧରି ଚିକିତ୍ସା ଧିନ ରହିଥିବା ଲଛମା ଶେଷରେ ୦୩ ତାରିଖ ବିଳମ୍ବିତ ରାତିରେ ଆଖି ବୁଜି ଦେଇଥିବା ଖବର ଜାଣି ମୃତ ମହିଳା ଙ୍କ ପୁଅ ଆପାନା ହନ୍ତାଳ ସରପଞ୍ଚ କିଶୋର ଚନ୍ଦ୍ର ଖରା , କଂଗ୍ରେସର ତଥା ଜିଲ୍ଲା ଟେଲିକମ୍ ବିଭାଗର ସଦସ୍ୟ ଗୋବିନ୍ଦ ଖରା , ପୁର୍ବତନ ସରପଞ୍ଚ ତ୍ରିନାଥ ପାଙ୍ଗି , ରବିନ୍ଦ୍ର ପୂଜାରୀ ଏ ମୁରଲୀ ଧର ଖରା ପ୍ରମୁଖ ଙ୍କ ସହଯୋଗ ରେ ପଟ୍ଟାଙ୍ଗି ପୋଲିସ୍ ନିକଟରେ ପହଞ୍ଚି ଶନିବାର ଲିଖିତ ଅଭିଯୋଗ ଦେବା ପରେ ପୋଲିସ୍ ମେଡ଼ିକାଲ କଲେଜ୍ ରେ ପହଞ୍ଚି ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଙ୍କୁ ହସ୍ତାନ୍ତର କରି ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ