Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏମସିଏଲ୍ ଅଫିସର୍ସ କ୍ଲବ୍‌ରେ ଡାଣ୍ଡିଆ ନାଇଟ୍

ସମ୍ବଲପୁର:ଏମସିଏଲ୍ ଅଫିସର୍ସ କ୍ଳବ “ଡାଣ୍ଡିଆ ନାଇଟ୍ ୨୦୨୫” ଉତ୍ସବ ପାଳନ କରି ଦେଖାଇଛି ନିଜର କମାଲ। ଅଧିକାରୀ ଓ ତାଙ୍କ ପରିବାର ସଦସ୍ୟମାନଙ୍କର ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣରେ କ୍ଲବ୍‌ର ପରିବେଶ ପାରମ୍ପରିକ ରଙ୍ଗ, ସଙ୍ଗୀତରେ ସମସ୍ତଙ୍କ ମନ ମୋହିନେଇଥିଲା

ରଜନିଗନ୍ଧା ହଲରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ବି. ଏସ୍. ରାଓ (ଅଧ୍ୟକ୍ଷ) ଓ ବିଶାଳ ମିଶ୍ର (ସଚିବ) ପରିଚାଳନା କରିଥିଲେ। ବିଭାଗୀୟ ଅଧିକାରୀ, କର୍ମଚାରୀ ଓ ତାଙ୍କ ପରିବାର ମଧ୍ୟରେ ମିତ୍ରତା, ଏକତା ଓ ସାମାଜିକ ଭାତୃଭାବକୁ ପ୍ରୋତ୍ସାହିତ କରିବା ପାଇଁ ନିୟମିତ ଭାବରେ ପାଳନ ହୋଇ ଆସୁଥିବା ଏହି କାର୍ଯ୍ୟକ୍ରମ ସମସ୍ତଙ୍କ ପାଇଁ ଥିଲା ନିଆରା। ଏମସିଏଲ୍‌ର ନିଦେଶକ ଓ ବରିଷ୍ଠ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।ସମୁହିକ ଭାବରେ କାମ କଲେ କେବଳ ବୃତ୍ତିଗତ ନୁହେଁ, ପରିବାରିକ ସମ୍ପର୍କ ମଧ୍ୟ ଅଧିକ ମଜବୁତ ହୁଏ ବୋଲି ଏହି ଉତ୍ସବ ସମସ୍ତଙ୍କ ମୁହଁରେ ହସ ଫୁଟାଇଥିଲା।ଯାହା ପାରମ୍ପରିକତା ମାଧ୍ୟମରେ ଏକତାର ପ୍ରତୀକ ବୋଲି ଉତ୍ସବରେ ଗୁରୁତ୍ୱ ଦିଆଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ