Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଫାଟିଗଲା ପାଣି ଟାଙ୍କି, ପାନୀୟ ଜଳ ସକାଶେ ୩୦ ପରିବାର ହନ୍ତସନ୍ତ।

ଲକ୍ଷ୍ମୀପୁର ୦୮/୧୦ …ଲକ୍ଷ୍ମୀପୁର ବ୍ଲକ ସଦର ମହକୁମାର ନୂତନ ମେଡିକାଲ ନିକଟରେ ଥିବା ତୋଟାସାହି ର ପାଣି ଟାଙ୍କି ହଠାତ ଭାଙ୍ଗିଯାଇଛି। ଟାଙ୍କି ଟି ସମ୍ପୂର୍ଣ ଭାବେ ଭାଙ୍ଗି ଯିବାରୁ ଏହି ପାଣି ଟାଙ୍କି ଉପରେ ନିର୍ଭର କରୁଥିବା ପ୍ରାୟ ୩୦ ପରିବାର ଏବେ ପାନୀୟ ଜଳ ସକାଶେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୀର୍ଘ ବର୍ଷ ହେଲା ତୋଟା ସାହି କଲୋନୀ ରେ ପାନୀୟ ଜଳ ର ଅସୁବିଧା କାରଣରୁ ଟ୍ୟୁବଲ ଖନନ କରାଯାଇ ସୋଲାର ସିଷ୍ଟମ ରେ ପାଣିମୋଟର ଲଗାଯାଇ ଟାଙ୍କି ବସା ଯାଇଥିଲା, ପାଣି ଟାଙ୍କି ରୁ ଗତ କିଛି ଦିନ ହେଲା ଅଳ୍ପ ଅଳ୍ପ ପାଣି ଲିକ ହୋଈ ବାହାରୁଥିଲା, ଗତକାଲି ଏହି ଟାଙ୍କି ଟି ପାଣି ର ଲୋଡ଼ ଅନୁଯାୟୀ ଷ୍ଟାଣ୍ଡ ଠିକ ନଥିବା କାରଣ ରୁ ଫାଟିଯାଇଥିଲା। ପାଣି ଟାଙ୍କି ଫାଟି ଯିବା ପରେ ମହିଳା ମାନେ ପାନୀୟ ଜଳ କେଉଁଠି ପାଇବେ ବୋଲି ଚିନ୍ତା ରେ ରହିଛନ୍ତି।ପାଣିଟାଙ୍କି ତଳେ ସମସ୍ତ ପରିବାର ଧୁଆଧୁଇ କରୁଥିବା କାରଣରୁ ସେଠାରେ ଅପରିଷ୍କାର ପରିବେଶ ହୋଇଥିବା ବେଳେ ଡ୍ରେନେଜ ସୁବିଧା ମଧ୍ୟ ନାହିଁ , ସାହି ର ପ୍ରବେଶ ପଥ ରେ ରାସ୍ତା ର ଅବସ୍ଥା ମଧ୍ୟ ନକହିବା ଭଲ, ଦୀପ ତଳେ ଅନ୍ଧାର ଭଳି ସାହି ବାସିନ୍ଦା ରହୁଥିବା ପ୍ରକାଶ କରିଛନ୍ତି। ତୁରନ୍ତ ତୋଟା ସାହି ରେ ପାନୀୟ ଜଳ ର ବ୍ୟବସ୍ତା ସହ ଡ୍ରେନେଜ ବ୍ୟବସ୍ଥା କରିବା ସକାଶେ ମହିଳା ମାନେ ଦାବୀ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ