ଲକ୍ଷ୍ମୀପୁର ରେ ବରିଷ୍ଠ ନାଗରିକ ଦିବସ ପାଳିତ

ଲକ୍ଷ୍ମୀପୁର:ଲକ୍ଷ୍ମୀପୁର ମହାବିଦ୍ୟାଳୟ ପରିସରରେ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ଯୁକ୍ତ ଦୁଇ ଅଧ୍ୟକ୍ଷ ଗିରିଜା କୁମାର ଚୌଧୁରୀଙ୍କ ଅଧ୍ୟକ୍ଷତା କରି ବରିଷ୍ଠ ନାଗରିକ ମାନଙ୍କୁ ସର୍ବଦା ଶ୍ରଦ୍ଧା ଓ ସମ୍ମାନ କରିବା ଉଚିତ ବୋଲି ପ୍ରକାଶ କରିଥିଲେ। ଯୁକ୍ତ ତିନି ଅଧ୍ୟକ୍ଷ ତଥା ସମ୍ମାନୀତ ଅତିଥି ଶ୍ରୀ ବିଜୁ ମୁଦୁଲି ଏକ ଗପ ମାଧ୍ୟମରେ କିପରି ଜଣେ ବୃଦ୍ଧ ବୟସ୍କ ଲୋକ ଯୋଗୁ କିପରି ଗୋଟିଏ ଗ୍ରାମର ଲୋକେ ଖାଦ୍ୟଶସ୍ଯ ଅଭାବରୁ ମୃତ୍ୟୁମୁଖରୁ ରକ୍ଷା ପାଇଥିଲେ ବର୍ଣ୍ଣନା କରିଥିଲେ।ମୂଖ୍ଯ ଅତିଥି ତଥା ବରିଷ୍ଠ ନାଗରିକ ଶ୍ରୀ ବିନୋଦ ମାଣ୍ଡିଙ୍ଗା ତାଙ୍କ ଅଭିଭାଷଣରେ ଦୀର୍ଘ ପଚାଶ ବର୍ଷ ହେବ ଲକ୍ଷ୍ମୀପୁରରେ ରହି ସ୍ଥାନୀୟ ଆଦିବାସୀ ଭାଷା କୁଭି ଭାଷାକୁ ଅନ୍ୟ ଭାଷାରେ ଅନୁବାଦ କରି ପୁସ୍ତକ ପ୍ରକାଶିତ କରିଛନ୍ତି ବୋଲି ପ୍ରକାଶ କରିଥିଲେ। ଆଜିର ଯୁବ ସମାଜକୁ ବରିଷ୍ଠ ନାଗରିକ ମାନଙ୍କୁ ଉପେକ୍ଷା ନ କରି ସେମାନଙ୍କୁ ଉପଯୁକ୍ତ ସମ୍ମାନ ଓ ଶ୍ରଦ୍ଧା ପ୍ରଦାନ କରିବାକୁ ଆହ୍ବାନ କରିଥିଲେ।ଏହି ସଭାରେ ଅଧ୍ୟାପିକା ମୌତୁସୀ ପ୍ରଧାନ,ଅଧ୍ୟାପକ ଶୀତଳ ପ୍ରସାଦ ଦାସ, ଲକ୍ଷ୍ମୀକାନ୍ତ ଟାକ୍ରୀ, ପବିତ୍ର ମଣ୍ଡଳ, ଯୋଗେଶ୍ବର ପୋଡ ତଥା ଛାତ୍ର ଛାତ୍ରୀମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ଅଧ୍ୟାପକ ଡଃ ଜଗନ୍ନାଥ ରଥ ପରିଚାଳନା କରିଥିଲେ ଏବଂ ଶେଷରେ ଯୂବ ରେଡକ୍ରସ କାଉନସିଲର ଅଧ୍ୟାପକ ଯଶୋବନ୍ତ ଗରଡା ଧନ୍ଯବାଦ ଅର୍ପଣ କରିଥିଲେ।