Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଏମସି ତରଫରୁ ଲକ୍ଷ୍ମୀପୁର ବସ ଷ୍ଟାଣ୍ଡ ର ଡ୍ରେନ ସଫେଇ

ଲକ୍ଷ୍ମୀପୁର ୧୦/୧୦/୨୫
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ସଦର ଏବେ ଅଳିଆ ଆବର୍ଜନାରେ ଭରପୁର ହୋଇ ପଡି ରହିଛି।ଜୁଆଡେ ଆଖି ବୁଲାଇଲେ ଗଦା ଗଦା ଅଳିଆ ଆବର୍ଜନା ଦେଖିବାକୁ ମିଳିଛି।ଅଳିଆ କୁ ଦୃଷ୍ଟି ରେ ରଖି ଶୁକ୍ରବାର ଦିନ ଖଣି କୋଡୀଙ୍ଗା ମାଳି ବକ୍ସାଇଟ ଖଣି ଓ ଓଡିଶା ଖଣି ନିଗମ ଆନୁକୂଲ୍ୟରେ ସ୍ୱଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ଲକ୍ଷ୍ମୀପୁର ଓଡିଶା ଖଣି ନୀଗମର ପରିଚାଳକ ବିଭୀଷଣ ମାଝି ଙ୍କ ଅଧ୍ୟକ୍ଷତାରେ ଏଇ ସଫେଇ ଅଭିଜାନ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା।ଖଣି ନିଗମ କାର୍ଯ୍ୟାଳୟ ଠାରୁ ବ୍ଲକ କାର୍ଯ୍ୟାଳୟ, ଥାନା ରାସ୍ତା ସମେତ ବଜାର ମଧ୍ୟଭାଗ ଯାଏଁ ବିଭାଗର କର୍ମଚାରି ମାନେ ଛଅ ଭାଗରେ ବିଭକ୍ତ ହୋଇ ମୁହଁରେ ମାସ୍କ ହାତରେ ଝାଡୁ ଧରି ସଫେଇ କରୁଥୁବା ଦେଖିବାକୁ ମିଳିଥିଲା।ଗୋଟିଏ ଜେସିବି ମେସିନ ସହ ସଫେଇ ଗାଡି ମଧ୍ୟ ଲାଗିଥିଲା ବେଳେ ଦୁଇଟି ବେଟେରି ଚାଳିତ ଗାଡି,ଟ୍ରାକ୍ଟର, ହାଇୱା ଗାଡ଼ି ମାଧ୍ୟମରେ ଅଳିଆ ଗୁଡିକ ନିଆଜାଇ ଥିଲା।ଖଣି ପରିଚାଳକ
ଯତୀନ ଡେବିଟ ବାଗ୍,ସତ୍ୟଜିତ ପୃଷ୍ଟି,ବୈକୁଣ୍ଠ କାଲୋ,ମନ ମୋହନ ରାଉତ ରାୟ,ପ୍ରେମାନନ୍ଦ ଶବର ଓ ସାରଦା କାନ୍ତ ରଥ ଙ୍କ ସମେତ ବହୁ କର୍ମଚାରୀ ଏହି ଅଭିଯାନରେ ଯୋଗ ଦେଇଥିଲେ।ବସ ଷ୍ଟାଣ୍ଡ କୁ ବାରମ୍ବାର ସଫା କରାଯାଉଥିଲେ ମଧ୍ୟ କିଛି ନିର୍ଦ୍ଧିଷ୍ଟ ବ୍ୟବସାୟୀ ଙ୍କ ଓଳିଆ ଓ ଆବର୍ଜନା ନିତିଦିନ ଡ୍ରେନ ରେ ପଡୁଥିବା କାରଣରୁ ପୁରୁଣା ଥାନା ସମୁଖ ରେ ଥିବା ଡ୍ରେନ ବାରମ୍ବାର ଚୁଣ୍ଟି ହେବା ସହ ସେହି ଗୋଟିଏ ସ୍ଥାନ ଅପରିଷ୍କାର ପରିବେଶ ମଧ୍ୟ ରେ ରହିଥାଉଛି… ଅନ୍ୟପକ୍ଷ ରେ ବ୍ଲକ କୁ ଯିବା ରାସ୍ତା ରେ ହୋଟେଲ ର ଆବର୍ଜନା ତଥା ହାତ ଧୁଆ ପାଣି ବୋହି ଯାଉଥିବା କାରଣରୁ ଗତ ଦୁଇ ମାସ ତଳେ ତିଆରି ହୋଇଥିବା ପିଚୁ ରାସ୍ତା ଖାଲ ଖମା ରେ ପରିଣତ ହେଲାଣି… ଏନେଇଁ ବାରମ୍ବାର ସ୍ଥାନୀୟ ପ୍ରଶାସନ, ତହସିଲଦାର, ପୋଲିସ ଙ୍କୁ ବାରମ୍ବାର କୁହାଗଲେ ସୁଧା କୌଣସି ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରାଉନଥିବା ହୋଟେଲ ର ଦୁର୍ଗନ୍ଧ ପାଣି ଶୁଙ୍ଘି ଶୁଙ୍ଘି ରହିବାକୁ ପଡ଼ୁଛି ବୋଲି ଜୟ ସାହୁ, ଖଲି ପାତ୍ର, ସୁଶାନ୍ତ ଚୌଧୁରୀ, ବାବୁଲି ଗରଡ଼ା, ସମେତ ଅନେକ ବ୍ୟବସାୟୀ ପ୍ରକାଶ କରିଛନ୍ତି। ଏହି ବ୍ଲକ ରାସ୍ତା ରେଶହ ଶହ ସଂଖ୍ୟାରେ ଛାତ୍ର ଛାତ୍ରୀ ସମେତ ଅନେକ ସରକାରୀ କର୍ମଚାରୀ ନାକ ରେ ହାତ ଦେଇ ଯାଉଥିବା ବେଳେ ପ୍ରଶାସନ ର ଜିରୋ କାର୍ଯ୍ୟାନୁଷ୍ଠାନ କୁ ତାତ୍ସଲ୍ୟ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ