Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦ୍ବାରୀ ଗ୍ରାମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆର୍ନ୍ତଜାତୀୟ ଶିଶୁ କନ୍ୟା ଦିବସ ପାଳିତ

ଅମ୍ବାଭୋନା ୧୧।୧୦।୨୫ ଅମ୍ବାଭୋନା ବ୍ଳକ୍ ଅନ୍ତର୍ଗତ। ଦ୍ବାରୀ ଗ୍ରାମ ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ବଶିଷ୍ଠ ସାହୁ ଙ୍କ ଅଧ୍ୟକ୍ଷତାରେ ଓ ସହକାରୀ ଶିକ୍ଷକ ସ୍ବାଧିନ କୁମାର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ ହୋଇଯାଇଛି । ଏହି ଦିବସରେ ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ମଙ୍ଗଳୁ ମୁଣ୍ଡ ଚୁଲିଆ ଯୋଗଦାନ କରିଥିଲେ । ସହକାରୀ ଶିକ୍ଷକ କ୍ଷୀରୋଦ୍ର ଡନସନା ସଭାର ଉଦ୍ଦେଶ୍ୟ ପ୍ରଦାନ କରିଥିଲେ । ସହକାରୀ ଶିକ୍ଷକ ସ୍ବାଧିନ କୁମାର ସାହୁ ଶିଶୁ କନ୍ୟା ଦିବସ ର ଆବଶ୍ୟକତା, ଝିଅଟିଏ କନ୍ୟା ରତ୍ନ ଟୀଏ ବିଷୟରେ,ବାଳିକା ମାନଙ୍କ ପାଇଁ ସରକାରଙ୍କ ସୁବିଧା ସୁଯୋଗ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇ ଥିଲେ । ଏହି ଦିବସରେ ଏକ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ନିବେଦିତା ବିଶ୍ୱାଲ ଓ ସୁରେଶ୍ଵରୀ ସେଠ୍ କୁଇଜ୍ ପ୍ରତିଯୋଗିତା ପରିଚାଳନା କରିଥିବା ବେଳେ ଓ ଅବସରପ୍ରାପ୍ତ ଶିକ୍ଷକ ମଙ୍ଗଳୁ ମୁଣ୍ଡ ଚକୁଳିଆ ଓ ସ୍ବାଧିନ କୁମାର ସାହୁ ସାଂସ୍କୃତିକ କାର୍ଯକ୍ରମ ପରିଚାଳନା କରିଥିଲେ । ନୃତ୍ୟ ରେ ନେହା ଆଣ୍ଡ ଗ୍ରୁପ ପ୍ରଥମ,ଦୀପିକା ଆଣ୍ଡ ଗ୍ରୁପ ଦ୍ଵିତୀୟ ଓ ପୂଜା ଆଣ୍ଡ ଗ୍ରୁପ ତୃତୀୟ ସ୍ଥାନ ଅଧିକାର କରି ମୁଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ନମିତା ବଢେଇ,ପଲ୍ଲବୀ ବଢେଇ ,ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ସମସ୍ତ ଛାତ୍ରଛାତ୍ରୀ ସହଯୋଗ କରିଥିଲେ । ଶେଷରେ ସହକାରୀ ଶିକ୍ଷକ ସରୋଜ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ