Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଝାରପାଲି ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ଅମ୍ବାଭୋନା:ଅମ୍ବାଭୋନା ବ୍ଳକ ଶିକ୍ଷା ବିଭାଗ ର ନିର୍ଦ୍ଦେଶ କ୍ରମେ ଆଜି ଶନିବାର ଦିନ ଝାରପାଲି ଗ୍ରାମ ର ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ୨୦୨୫ ଅନୁଷ୍ଠିତ ହୋଇଥିଲା। ସ୍କୁଲ ର ପରିଚାଳନା କମିଟି ର ସଭାପତି
ନିରାକାର ବାରିକଙ୍କ ଅଧ୍ଯକ୍ଷତା ରେ ପ୍ରଥମ ଅଧିବେଶନ ରେ
ମୁଖ୍ୟ ଅତିଥି ଦ୍ବାରୀ ଗ୍ରାମପଞ୍ଚାୟତ ସରପଞ୍ଚ ଜ୍ଞାନରଞ୍ଜନ ଭୋଇ ଯୋଗଦାନ କରି କାର୍ଯ୍ଯକ୍ରମ କୁ ଉଦଘାଟନ କରିଥିଲେ।ଏଥିରେ ଅବସରପ୍ରାପ୍ତ ଶିକ୍ଷକ
ସମ୍ମାନୀତ ଅତିଥି ଭାବରେ ଦାମୋଦର ପଟେଲ ଯାଦବ ପଧାନ,ସୁନୀଳ କୁମାର ଭୋଇ, ଅଚ୍ୟୁତ ନାଏକ, ଗୋବର୍ଦ୍ଧନ ସହଁରା ପ୍ରମୁଖ ଯୋଗ ଦେଇଥିଲେ । ସଭା ପରିଚାଳନା ରୋହିତ କୁମାର ଭୁଏ କରିଥିଲେ । ଏହି ଅବସର ରେ ଅମ୍ବାଭୋନା କ୍ଳଷ୍ଟର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ନେଇ, ଗୀତ, ନାଚ ବକୃତା ଓ ବିଭିନ୍ନ ପ୍ରତିଯୋଗିତା ହୋଇଥିଲା। ଦ୍ୱିତୀୟ ଅଧିବେଶନରେ ଅତିରିକ୍ତ ବ୍ଳକ ଗୋଷ୍ଟି ଶିକ୍ଷା ଅଧିକାରୀ ଳାଳ ମୋହନ ସିଂ, ଗଜେନ୍ଦ୍ର ଦାସ,ବୈଷ୍ଣବ ଭୋଇ, ଗୌରାଙ୍ଗ ମାଝି, ପ୍ରମୁଖ ଯୋଗଦାନ କରିଥିଲେ।ଶିକ୍ଷକ ବଲରାମ ଦରଦମେଘ ମଞ୍ଚ ପରିଚାଳନା କରିଥିବା ବେଲେ ବିଚାରକ ଭାବେ ଅମୁଲ୍ୟ ସେଠ, ତୁଳାଚନ୍ଦ୍ର ସାହୁ, ଶୈଳବାଳା ଭୋଇ ଉପସ୍ଥିତ ଚୟନ କରିଥିଲେ । ପରିଶେଷରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ଏବଂ ପ୍ରଥମ ସ୍ଥାନ ଅଧିକାର କରିଥିବା କୃତି ଛାତ୍ରଛାତ୍ରୀ ମାନଙ୍କୁ ବ୍ଳକ ସ୍ତରୀୟ ସୁରଭି ୨୦୨୫ ଚୟନ କରାଯାଇଥିଲା l କାର୍ଯ୍ୟକ୍ରମକୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିରେନ୍ଦ୍ର କୁମାର ବରିହା ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନ ରେ ପରିଚାଳନା କମିଟୀର ବୀରବର ସାହୁ,ସୁକାନ୍ତ ପଟେଲ, ଅନ୍ନପୂର୍ଣ୍ଣା ସାହୁ, ଶୁଶାନ୍ତ ସାହୁ, ସାଉଣ୍ଡରେ ସମିର ସାହୁ, ରାଜୁବାରିକ ପ୍ରମୁଖ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ