Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚିଚୋଲି- ଭୁକ୍ତା ମହିମାଆଶ୍ରମ ରେ ସତସଙ୍ଗ କାର୍ଯ୍ୟକ୍ରମ : ରାମାୟଣ କଥା ର ଭରତ ମିଳନ ପ୍ରସଙ୍ଗ

ଅମ୍ବାଭୋନା ୧୨।୧୦।୨୫ ଅମ୍ବାଭୋନାବ୍ଳକ ଅନ୍ତର୍ଗତ ଚିଚୋଲି-ଭୁକ୍ତା ସତ୍ଯ ମହିମାଆଶ୍ରମ ରେ ସତସଙ୍ଗ କମିଟି ଓ ଯୋଗ ସାଧନା କେନ୍ଦ୍ର ଆନୁକୂଲ୍ଯ ରେ ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍ବଧର୍ମ ଚେତନା ର ପ୍ରସିଦ୍ଧ ପ୍ରବଚକ ଅନନ୍ତ ଚରଣ ଦାସ ଯୋଗ ଦେଇ ରାମାୟଣ କଥା ର ଭରତ ମିଳନ ପ୍ରସଙ୍ଗ ରେ ଆଧ୍ଯାତ୍ମିକ ପ୍ରବଚନ କରି ବୁଝାଇଥିଲେ। ଏହି ପ୍ରବଚନ କାର୍ଯ୍ୟକ୍ରମ ରେ ତବଲା- ଅଶୋକ, ପେଡ ରେ ପବିତ୍ର, ବେହାଲା ରେ ଝଟ, ଅର୍ଗାନ ଜଳି ପ୍ରମୁଖ ବାଦ୍ଯ ଯନ୍ତ୍ର ଓ ମ୍ୟାଜିକ ରେ ସହଯୋଗ କରିଥିଲେ। ସେଠାରେ ମହିମା ଆଶ୍ରମ ସତସଙ୍ଗ ପରିଚାଳନା କମିଟିର ସଭାପତି ଡଃ ଚିନ୍ତାମଣୀ ପଟେଲ, ସଂପାଦକ ହୃଶିକେଶ ପଧାନ, କୋଷାଧ୍ୟକ୍ଷ ଦାମୋଦର ପଟେଲ, ପୂର୍ଣ୍ଣଚନ୍ଦ୍ର ପଧାନ, ରାଜାରାମ ସା, ଧନୀରାମ ପଟେଲ,ଛତିଶଗଡ ଅଞ୍ଚଳ ସରିଆ ଯୋଗ ଗ୍ରୁପ ର ଯୋଗ ଗୁରୁ ସୁରେଶ ଚନ୍ଦ୍ର ପଧାନ, ଦେବେନ୍ଦ୍ର ପ୍ରଧାନ, ଯୋଗ ଗୁରୁ ହେମନ୍ତ କୁମାର ସାହା ସମେତ ବହୁ ମାନ୍ଯଗଣ୍ଯ ବ୍ଯକ୍ତି ଉପସ୍ଥିତ ହୋଇଥିଲେ।
ଯୋଗ ସାଧନା କେନ୍ଦ୍ର ର ଫକୀରମୋହନ ପ୍ରଧାନ ଙ୍କ ନେତୃତ୍ବ ରେ ଚିତ୍ତରଞ୍ଜନ ପଧାନ, ଚନ୍ଦ୍ରମଣୀ ବେହେରା, ଅଜୟ ସାହୁ,ଯୋଶେଫ ଚୌଧୁରୀ, ସିତାରାମ ଚୌଧୁରୀ, ଛବିଳ ସା, କ୍ଷିରୋଦ୍ର ଦାସ, ଅଭି ପଟେଲ, ବସନ୍ତ ଙ୍କସା, ଦୁର୍ଯ୍ୟୋଧନ କାଲୋ, ଅଞ୍ଜଳି ସା, ହରିପ୍ରିୟା ଦାସ, ନିପେନ ଦେହେରୀ ସମେତ ବହୁ ସ୍ବେଚ୍ଛାସେବୀକ ଯୁବକ ଗଣ ପରିଚାଳନା ସହଯୋଗ କରିଥିଲେ।ପରିଶେଷ ରେ ଅନ୍ନ ଦାତା ଭୁକ୍ତା ସୁନୀଳ ମେଡିକାଲ ମାଲିକ ଫକୀର ମୋହନ ପ୍ରଧାନ ଙ୍କ ଦ୍ବାରା ଶହ ଶହ ଭକ୍ତ ଶ୍ରଦ୍ଧାଳୁଙ୍କୁ ଅନ୍ନପ୍ରସାଦ ବ୍ଯବସ୍ଥା କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ