ବ୍ଲକ ଟପ୍ପର ହୋଇଥିବା ବିଶ୍ଵରୂପା ଆଇ ଏ ଏସ ହେବାକୁ ଲକ୍ଷ୍ୟ ରଖିଛି

ବୀରମହାରାଜାପୁର : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ସରକାରୀ ବାଳିକା ହାଇସ୍କୁଲରେ ପଢୁଥିବା ବିଶ୍ବରୂପା ସାହୁ ୫୫୫ ନମ୍ବର ରଖି ବ୍ଲକ ଟପ୍ପର ହୋଇଛନ୍ତି । ସେ ବ୍ଲକର ରଣାପାଲି ଗ୍ରାମର ହୋଇଥିବା ବେଳେ ତାଙ୍କ ବାପା ସୁକାନ୍ତ ସାହୁ ଜଣେ ଚାଷୀ ଓ ମାଆ ବନିତା ସାହୁ ଗୃହିଣୀ ଅଟନ୍ତି। ପରୀକ୍ଷା ପାଇଁ ସେ ସ୍କୁଲର ଶିକ୍ଷୟିତ୍ରୀ ଶିକ୍ଷକ ଙ୍କ ପରାମର୍ଶ ନେଉଥିଲେ । ସ୍କୁଲ ବ୍ୟତିତ ଦୈନିକ ୭ରୁ୮ ଘଣ୍ଟା ପରିଶ୍ରମ କରୁଥିବା ପ୍ରକାଶ କରିଛନ୍ତି। ସେ ବଡ ହେଲେ ଜଣେ ଦକ୍ଷ ଆଇଏଏସ ହେବାର ଲକ୍ଷ୍ୟ ରଖିଛନ୍ତି। ତାଙ୍କର ସଫଳତା ପାଇଁ ସ୍କୁଲର ଶିଛୟିତ୍ରୀ, ଶିକ୍ଷକ, ଗୁରୁଜନ ,ମା ବାପା ଓ ପରିବାର ର ସମସ୍ତଙ୍କୁ ଶ୍ରେୟ ଦେଇଛନ୍ତି।