Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେପି କର୍ମୀଙ୍କୁ ଛାତିଥର ହତ୍ୟା ; ମାଓବାଦୀଙ୍କ ନିର୍ମମ କାଣ୍ଡ

ଛତିଶଗଡର ବିଜାପୁରରେ ଏକ ବିଜେପି କର୍ମୀଙ୍କୁ ମାଓବାଦୀମାନେ ନିର୍ମମ ଭାବରେ ହତ୍ୟା କରିଛନ୍ତି | ନିଜର ଦବଦବା ଦେଖାଇବାପାଇଁ ଏହି ନିର୍ମମ କାଣ୍ଡ କରିଛନ୍ତି | ସୋମବାର ରାତିରେ ଭାରତୀୟ ଜନତା ପାର୍ଟିର କର୍ମୀଙ୍କୁ ତାଙ୍କର ତଣ୍ଟି ଚିପି ରଖି ମାରିଦେବାର ଖବର ଆସିଛି | ପୁଲିସକୁ ସୂଚନା ପ୍ରଦାନ କରିବାର ସନ୍ଦେହରେ ଏହି ନିର୍ମମ ଘଟଣା ଘଟାଇଥିବାର ଜଣାପଡିଛି |

ତେବେ ମୃତ ବ୍ୟକ୍ତି ଜଣକ କିଏ ଏବଂ କାହିଁକି ସେ ମାଓବାଦୀର ଶିକାର ହେଲେ ?ମୃତ ବ୍ୟକ୍ତି ଜଣକ ହେଉଛନ୍ତି ସତ୍ୟମ ପୂନେମ | ଯିଏକି ଜଣେ ଭାରତୀୟ ଜନତା ପାର୍ଟିର କର୍ମୀ ଥିଲେ | ସେ ରାଜନୀତିରେ ବହୁ ସକ୍ରିୟ ଥିଲେ | ସେ ଇଲିମିଡି ପୁଲିସ ଷ୍ଟେସନ ଅନ୍ତର୍ଗତ ମୁଜାଲକାଙ୍କେର ଗାଁର ବାସିନ୍ଦା ଥିଲେ | ସେ ନିଜ ଅଂଚଳରେ ବହୁ ସକ୍ରିୟ ଭାବରେ କାମ କରୁଥିଲେ | ତାଙ୍କର ସ୍ଥାନୀୟ ପୁଲିସଙ୍କ ସହ ମିଳାମିଶା ଏବଂ କଥାବାର୍ତ୍ତାର ସନ୍ଦେହ ଘେରକୁ ଟାଣି ନେଲା ଯାହା ଫଳସ୍ୱରୂପ ଏହି ଘଟଣା ଘଟିଲା |

ଅକ୍ଟୋବର ୧୩ ତାରିଖରେ ସତ୍ୟମଙ୍କୁ ମୁଜାଲକାଙ୍କେର ଗାଁରେ ନକ୍ସଲମାନେ ତଣ୍ଟି ଚିପି ହତ୍ୟା କରିଛନ୍ତି। ତାଙ୍କ ମୃତଦେହ ନିକଟରୁ ଗୋଟିଏ ହାତ ଲେଖା ଚିଠି ମିଳିଛି। ଏଥିରେ ସତ୍ୟମଙ୍କୁ ମାଡେଡ ଏରିଆ କମିଟି ପକ୍ଷରୁ ହତ୍ୟା କରାଯାଇଥିବା ଉଲ୍ଲେଖ କରାଯାଇଛି।

ମାଓବାଦୀମାନଙ୍କ କହିବା ମୁତାବକ, ସତ୍ୟମ ପୁନେମଙ୍କୁ ପୂର୍ବରୁ ଅନେକଥର ଚେତାବନୀ ସତ୍ତ୍ୱେ ପୁଲିସ୍ ଏବଂ ପ୍ରଶାସନକୁ ସହାୟତା କରି ଆସୁଥିଲେ। ସେ ପୁଲିସ୍‌କୁ ସବୁ ମଧ୍ୟ ଦେଉଥିଲେ। ତେଣୁ ତାଙ୍କୁ ହତ୍ୟା କରାଯାଇଛି। ଘଟଣା ସାମ୍ନାକୁ ଆସିବା ପ୍ରକୃତ ଘଟଣାର ସତ୍ୟତା ଜାଣିବା ନିମନ୍ତେ ଗୋଟିଏ ପୁଲିସ୍‌ ଟିମ ସେଠାରେ କାର୍ଯ୍ୟରତ ହୋଇଛନ୍ତି ।

ଏହାପୂର୍ବରୁ ମଧ୍ୟ ଏହିପରି ଘଟଣା ସାମ୍ନାକୁ ଆସିଛି ଯାହା ସବୁ ରାଜନେତାଙ୍କ ମନରେ ଏକ ଭୟର ବାତାବରଣ ସୃଷ୍ଟି କରିଛି | ଉଦାହରଣ ସ୍ୱରୂପ, ଗତବର୍ଷ ବିଜେପିର ପୂର୍ବତନ ମଣ୍ଡଳ ସାଧାରଣ ସମ୍ପାଦକ ବୀରଝୁ ତାରାମଙ୍କୁ ମାଓବାଦୀମାନେ ସରଖେଡା ଗାଁରେ ଗୁଳି ମାରି ନିର୍ମମ ଭାବରେ ହତ୍ୟା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ