Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତିରିଶ ରେ ଥିଲା ବିବାହ ; ହୃଦଘାତରେ ଚାଲିଗଲା ଜୀବନ

ବୀରମହାରାଜାପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ବ୍ଲକ ମହଦା ପଞ୍ଚାୟତ ର କୁମରକେଲି ଗ୍ରାମର ଯୁବକ ପିଣ୍ଟୁ ପଧାନ ଙ୍କ ବିବାହ ଆସନ୍ତା ୩୦ତାରିଖରେ ବୌଦ୍ଧ ଜିଲ୍ଲା ଲାଣ୍ଡୋର ଗ୍ରାମରେ ଠିକ୍ ହୋଇଥିଲା । ବିବାହ ପାଇଁ ସମସ୍ତ ପ୍ରସ୍ତୁତି ଏକ ପ୍ରକାର ସମ୍ପୁର୍ଣ୍ଣ ହୋଇଥିଲା । ବନ୍ଧୁବାନ୍ଧବ ଙ୍କୁ ନିମନ୍ତ୍ରଣ ବଣ୍ଟା ସରିଥିଲା। ଭୋଜି ଭାତ ପାଇଁ ସବୁ ଜିନିଷ କିଣା ସରିଥିଲା। ବରାତ ପାଇଁ ଗାଡି ମଟର ଓ ବାଜା ପାର୍ଟିକୁ ଅଗ୍ରୀମ ଟଙ୍କା ମଧ୍ୟ ଦିଆ ଯାଇଥିଲା । ବାଣ ରୋଷଣି ସହିତ ବର ପାଇଁ ପୋଷାକ ଆଦି କିଣା ସରିଥିଲା। ଏହା ସହିତ କନ୍ୟା ପାଇଁ ସୁନା ଅଳଙ୍କାର , ଲୁଗା ପଟା ମଧ୍ୟ କିଣା ସରିଥିଲା । ବିବାହ ପାଇଁ ଉଭୟ ପରିବାର ଲୋକେ ବେଶ ଖୁସି ଥିଲେ । ମାତ୍ର ଅଚାନକ ସେହି ଖୁସି ରେ କଳାର ବାଦଲ ଖେଳାଇ ଗଲା । ଗୁରୁବାର ଦିନ ଯୁବକ ଜଣକ ଅସୁସ୍ଥତା ଅନୁଭବ କରିବାରୁ ସଙ୍ଗେସଙ୍ଗେ ବୀରମହାରାଜପୁର ଡାକ୍ତରଖାନା ରେ ଯୁବକ ପିଣ୍ଟୁ ପଧାନ(୨୫) ଙ୍କୁ ଭର୍ତ୍ତି କରାଯାଇଥିଲା । ମାତ୍ର ତାଙ୍କର ହୃଦଘାତ ରେ ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଛନ୍ତି। ଉକ୍ତ ଖବର ଜଣା ପଡିବା ପରେ ଉଭୟ ବର ପକ୍ଷ ଓ କନ୍ୟା ପକ୍ଷ ଭାଙ୍ଗି ପଡିଛନ୍ତି।ଯୁବକଙ୍କ ଗ୍ରାମ କୁମରକେଲି ରେ ଶୋକର ଛାୟା ଖେଳାଇ ଯାଇଛି। ଯୁବକ ଜଣକ ମେଳାପି ଥିବାରୁ ସାଙ୍ଗସାଥି ତାଙ୍କର ମୃତ୍ୟୁ କୁ ବିଶ୍ବସ କରି ପାରୁ ନାହାନ୍ତି। ଯେଉଁ ଘରୁ ଯୁବକଙ୍କ ବରଯାତ୍ରୀ ବାହାରି ଥାନ୍ତା ସେହି ଘରୁ କୋକୋଇରେ ଶବ ବାହାରିଛି।ବରଯାତ୍ରୀରେ ସାଙ୍ଗସାଥି ଡିଜେ ଓ ଦୁଲଦୁଲି ତାଳେ ତାଳେ ନାଚିନାଚି ଯିବାକୁ ଥିବା ବେଳେ ଶୋକାକୂଳ ପରିବେଶରେ ସମସ୍ତଙ୍କ ଆଖିରୁ ଲୁହ ଝରିଝରି ବାହରି ଥିଲା ଯୁବକଙ୍କ ଶବ ଦେଖି । ଘଟଣାଟି ଏବେ ସମଗ୍ର ବୀରମହାରାଜପୁର ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି। ମୃତ ଦେହକୁ ବ୍ୟବଚ୍ଛେଦ ପରେ ଗ୍ରାମରେ ଅନ୍ତିମ ସଂସ୍କର କରାଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ