ଟ୍ରମ୍ପଙ୍କୁ ମିଳିଲା କଡା ଜବାବ ; ଏବେ ଭାରତୀୟ ଗ୍ରାହକଙ୍କ ସ୍ୱାର୍ଥକୁ ପ୍ରାଧାନ୍ୟ ଦିଆଯିବ…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ ଟ୍ରମ୍ପଙ୍କୁ ଭାରତ ଦେଲା କଡା ଜବାବ। ଭାରତ ସହ ରୁଷର ସମ୍ପର୍କକୁ ନେଇ ଏକ ବଡ ବିବାଦ ସୃଷ୍ଟି ହୋଇଥିଲା। ଯାହା ବଦଳରେ ଭାରତ ଏହାର କଡା ଜବାବ ଦେଇଛି। କିଛି ଦିନ ପୂର୍ବେ ବିଶ୍ୱ ଦରବାରରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ ଟ୍ରମ୍ପ ଭାରତର ଖୁବ ପ୍ରଶଂସା କରି ପାକିସ୍ତାନକୁ ନିନ୍ଦା କରିଥିଲେ।
ସେ କହିଥିଲେ ଯେ, ଭାରତ ଆମେରିକାର ଏକ ଭଲ ବନ୍ଧୁ ଏବଂ ଭାରତରେ ମୋର ଏକ ଭଲ ବନ୍ଧୁ ରହୁଛନ୍ତି। ଯିଏକି ଭାରତରେ ରହି ବହୁତ ଭଲ କାମ କରୁଛନ୍ତି। କିନ୍ତୁ ଆଜି ଏହି ଉକ୍ତିରେ ପରିବର୍ତନ ଦେଖିବାକୁ ମିଳିଛି।କିଛି ଦିନ ପୂର୍ବର ପ୍ରଶଂସା ଏବଂ ଆଜିର କଡା ଜବାବକୁ ନେଇ ଚର୍ଚ୍ଚା ଜୋର ଧରିଛି।
ଟ୍ରମ୍ପଙ୍କ କହିବା ଅନୁସାରେ , ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ପ୍ରତିଶୃତି ଦେଇଥିଲେ ଯେ ଭାରତ ଆଉ କେବେ ରୁଷ ଠାରୁ ତେଲ କିଣିବ ନାହିଁ। ଏହି ବୟାନର ଜବାବରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି ଯେ , ଭାରତର ଜନ ସ୍ୱାର୍ଥ ସୁରକ୍ଷାକୁ ଆଖିଆଗରେ ରଖି ଭାରତର ତେଲର ଆମଦାନୀ ନିର୍ଧାରଣ କରାଯାଏ। ଭାରତର ମୂଳ ଲକ୍ଷ୍ୟ ଭାରତୀୟ ଜନତାଙ୍କ ସ୍ୱାର୍ଥ୍ୟର ସୁରକ୍ଷା। ଏହା ଭାରତର ପ୍ରଥମ ପ୍ରାଥମିକତା।
ଟ୍ରମ୍ପଙ୍କର ଏହି ବୟାନରେ ବୈଦେଶିକ ମନ୍ତ୍ରାଳୟ ଏହାର ଜବାବରେ କହିଛନ୍ତି ଯେ, ଭାରତ ତେଲ ଓ ଗ୍ୟାସର ଏକ ବଡ ଆମଦାନୀକାରୀ। ଏବଂ ଭାରତରେ ସବୁ ସମୟରେ ଗ୍ରାହକ ମାନଙ୍କ ସ୍ୱାର୍ଥ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଅଛି। ଏକ ସାମ୍ବାଦିକ ସମ୍ବିଳନୀରେ ଆମେରିକାର ରାଷ୍ଟ୍ରପତିଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, ଭାରତ ଏକ ନିର୍ଭରଯୋଗ୍ୟ ସହଯୋଗୀ ରାଷ୍ଟ୍ର ବୋଲି ଆପଣ ଭାବନ୍ତି କି ? ଏହି ପ୍ରଶ୍ନରେ ଉତ୍ତରରେ ସେ ହଁ କହିଥିଲେ। ସେ କହିଥିଲେ ଯେ , ମୋଦି ମୋର ଏକ ଭଲ ବନ୍ଧୁ। ସେ ମୋତେ ପ୍ରତିଶୃତି ଦେଇଛନ୍ତି ଯେ , ସେ ଆଗାମୀ ଭଵିଷ୍ୟତରେ ରୁଷଠାରୁ ତେଲ କିଣିବେ ନାହିଁ। ଏହି ସମାନ ପ୍ରକାରର ଉତ୍ତର ମୁଁ ଚୀନଠାରୁ ମଧ୍ୟ ଆଶା କରୁଛି।