ବନ୍ୟ ଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ତାର ଉଧାର କଲା ବନ ବିଭାଗ

ଲକ୍ଷ୍ମୀପୁର: ବନ୍ୟ ଜନ୍ତୁ ଶିକାର ପାଇଁ ବିଛା ଯାଉଥିବା ବିଜୁଳି ତାର ହଟେଇବା ଅଭିଯାନ ଆରମ୍ଭ କରିଛି ଲକ୍ଷ୍ମୀପୁର ଟାଟା ପାୱାର ।ଦୁର୍ବୁତ୍ତ ମାନେ ବଣ ଜଙ୍ଗଲ ଦେଇ ଯାଇଥିବା ବିଦ୍ୟୁତ ତାରର ଅପବ୍ୟବହାର କରି ନିରୀହ ବନ୍ୟ ଯନ୍ତୁଙ୍କୁ ଶିକାର କରୁଛନ୍ତି।ଫଳରେ ବାରମ୍ବାର ବିଜୁଳି ଫେଲ ହୋଇ ପିଲାଙ୍କ ପାଠ ପଢାଠୁ ଆରମ୍ଭ କରି ଡାକ୍ତରଖାନାରେ ରୋଗୀଙ୍କ ଚିକିତ୍ସା ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟରେ ବାଧା ଉପୁଜିଛି।ଯାହାକୁ ନେଇ ଜିଛି ଦିନ ତଳେ ଟାଟା ପାୱାର ତରଫରୁ ଥାନା ଅଧିକାରୀ,ତହସିଲଦାର,
ବିଡ଼ିଓ ଓ ବନ ବିଭାଗ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।ଏନେଇ ଆଜି ଟାଟା ପାୱାର କର୍ମଚାରୀ ଙ୍କ ସହିତ ଲକ୍ଷ୍ମୀପୁର ବନ ବିଭାଗର ଏକ ଆଠ ଜଣିଆ ଟିମ କୁଟୀଙ୍ଗା ପଞ୍ଚାୟତ ର କାର୍ଲି ଗ୍ରାମ ଜଙ୍ଗଲରେ ଚଢ଼ାଉ କରିଥିଲେ।ଜଙ୍ଗଲ ଭିତରେ ବନ୍ୟ ଜନ୍ତୁ ଶିକାର ପାଇଁ ପ୍ରାୟ ତିନି କିଲୋମିଟର ପର୍ଯ୍ୟନ୍ତ ବିଛା ଯାଇଥିବା ଜିଆଇ ତାର ଯବତ କରି ଆଣି ଥିବା ବେଳେ କେହି ଦୁର୍ବୁତ୍ତ ହାବୁଡ଼ରେ ପଡି ନଥିଲେ। ତଥାପି ଏହି ଅଭିଯାନ ଆଗକୁ ଜାରି ରଖି ନିରହ ବନ୍ୟ ଜନ୍ତୁ ଙ୍କୁ ଶିକାର କରୁଥିବା ଦୁର୍ବୁତ୍ତ ଙ୍କୁ ଅତି ଶୀଘ୍ର ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ବିଭାଗ ତରଫରୁ ସୂଚନା ମିଳିଛି