ନିଷ୍ଟ ବିଶ୍ବବିଦ୍ୟାଳୟ ରେ ଇଲେକ୍ଟ୍ରିକାଲ୍ ଏବଂ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟର ପ୍ରତିଷ୍ଠାନ ଦିବସ ପାଳିତ।

ଗୋପାଳପୁର:ନିଷ୍ଟ ବିଶ୍ୱବିଦ୍ୟାଳୟରେ ଆଇ ଇ ଇ ଇ (ଇଲେକ୍ଟ୍ରିକାଲ୍ ଏବଂ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟର ପ୍ରତିଷ୍ଠାନ) ଦିବସ ପାଳିତ ହୋଇଯାଇଛି।ଆଇ ଇ ଇ ଇ ଭୁବନେଶ୍ୱର ସେକ୍ସନ ଏବଂ ନିଷ୍ଟ ବିଶ୍ୱବିଦ୍ୟାଳୟ ସହଯୋଗ ରେ ଆୟୋଜିତ କାର୍ଯ୍ୟକ୍ରମରେ ନିଷ୍ଟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରୋଫେସର ପ୍ରିୟଦର୍ଶନ ପାତ୍ର, ରେଜିଷ୍ଟ୍ରାର ଡ଼. ବିଷ୍ଣୁକର ନାୟକ ଓ ସହକାରୀ ଡିନ (ଷ୍ଟୁଡେଣ୍ଟ ଅଫେୟର୍ସ) ଡ଼. ପ୍ରୀତି ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଆଇ ଇ ଇ ଇ ର ଉପଦେଷ୍ଟା ପ୍ରୋଫେସର ଏ. କେ. ତ୍ରିପାଠୀ, ପ୍ରୋଫେସର ଏସ. ଆର. ସାମନ୍ତରାୟ ଅଧକ୍ଷତା କରିବା ସହ ଆଇ ଇ ଇ ଇ ର ଉଦ୍ଦେଶ୍ୟ, ସଦସ୍ୟତାର ଲାଭ ଏବଂ ସେକ୍ସନର ବିଭିନ୍ନ କାର୍ଯ୍ୟକଳାପ ବିଷୟରେ ଆଲୋକ ପାତ କରିଥିଲେ।
ପ୍ରଫେସର ଚିନ୍ମୟ ପାଣିଗ୍ରାହୀ, ଡ଼. ଶ୍ରୀନିବାସ ଭାସ୍କର କରଣ୍କି ପ୍ରମୁଖ ଛାତ୍ରଛାତ୍ରୀମାନଙ୍କ ପାଇଁ ଆଇ ଇ ଇ ଇ ସଦସ୍ୟତାର ଅବସର ଓ ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ । ଟେକ୍ନିକାଲ ଓ ଏଡୁକେସନାଲ ଆକ୍ଟିଭିଟି କମିଟିର ସଦସ୍ୟା ଡ଼. ସୁଜାତା ଚକ୍ରବର୍ତୀ, ମହିଳା ଛାତ୍ରୀମାନଙ୍କୁ ଆଇ ଇ ଇ ଇ ସଦସ୍ୟ ଭାବେ ଯୋଗଦେବାକୁ ପ୍ରେରିତ କରିଥିଲେ ।ଏହି ଅବସରରେ ଅତିଥି ମାନଙ୍କ ଦ୍ବାରା ନ୍ୟୁଜ ଲେଟର ଉନ୍ମୋଚିତ ହେବା ସହ କେକ କଟିଂ କରାଯାଇ ଥିଲା ।ଅନ୍ୟ ମାନଙ୍କ ମଧ୍ୟରେ କମ୍ପ୍ୟୁଟର ସାଇନ୍ସ ବିଭାଗ ଅଧ୍ୟକ୍ଷଡ଼. ବ୍ରଜ କିଶୋର ମିଶ୍ର ସହଯୋଗ କରିଥିବା ବେଳେ ଡ଼. ସନ୍ଦୀପନ ମଲ୍ଲିକ ଧନ୍ୟବାଦ ଅର୍ପଣ କରିବା ସହ
ଏହି ଉତ୍ସବ ପାଳନ ଫଳରେ ନିଷ୍ଟ ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କ ପାଇଁ ନୂତନ ଚିନ୍ତନ, ପ୍ରଯୁକ୍ତି ଅନୁପ୍ରେରଣ ଓ ନେତୃତ୍ୱର ଏକ ମନୋରମ ମଞ୍ଚ ସୃଷ୍ଟି କରିଥିଲା ବୋଲି ମତପୋଷଣ କରିଥିଲେ।