Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋପାଳପୁର ମହାବିଦ୍ୟାଳୟ ରେ ପ୍ରାଣୀ ବିଜ୍ଞାନ ବିଭାଗ ର ପାଠଚକ୍ର ସହ ନବାଗତ ଙ୍କୁ ସ୍ବାଗତ।

ଗୋପାଳପୁର:ଗୋପାଳପୁର ମହାବିଦ୍ୟାଳୟ ରେ ଆଜି ପ୍ରାଣୀ ବିଜ୍ଞାନ ବିଭାଗର ପାଠଚକ୍ର ସହ ନବାଗତ ବିଦ୍ୟାର୍ଥୀ ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡଃ ରାଜପ୍ରସାଦ ପଣ୍ଡା ଙ୍କ ସଭାପତିତ୍ବରେ ବିଭାଗୀୟ ମୂଖ୍ୟ ଡ଼ ସୁଚିତ୍ରା ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ। ମୂଖ୍ୟ ଅତିଥି ଭାବେ ବ୍ରହ୍ମପୁର ସିଟି କଲେଜ ଅଧ୍ୟକ୍ଷ ଡଃ ଜୟନ ବାନାର୍ଜୀ ଯୋଗଦେଇ ନବାଗତ ବିଦ୍ୟାର୍ଥୀ ଙ୍କୁ ଦିଗଦର୍ଶନ ଦେଇଥିଲେ। ସ୍ନାତକୋତ୍ତର ଦ୍ବିତୀୟ ବର୍ଷର ଛାତ୍ରୀ ସ୍ବାଶ୍ବତ ପ୍ରିୟଦର୍ଶିନୀ ଶିର୍ଷକ ଆଲବିନିଜିମ ଉପରେ ନିଜର ସ୍ବଲିଖିତ ସନ୍ଦର୍ଭ ପାଠ କରିଥିଲେ। ସ୍ନାତକ ଦ୍ବିତୀୟ ବର୍ଷର ଛାତ୍ରୀ ଭେନସ କୁମାର ପୋଷ୍ଟ ଟ୍ରାନ୍ସକ୍ରିପସନାଲ ମୋଡ଼ିଫିକସନାଲ ଶୀର୍ଷକ ବିଷୟବସ୍ତୁରେ ନିଜର ସନ୍ଦର୍ଭ ପାଠ କରିଥିଲେ। ଦ୍ବିତୀୟ ଅଧିବେଶନରେ ନବାଗତ ବିଦ୍ୟାର୍ଥୀ ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ନବାଗତ ବିଦ୍ୟାର୍ଥୀ ମାନେ ନିଜ ନିଜର‌ ପରିଚୟ ପ୍ରଦାନ କରିଥିବା ବେଳେ ଦ୍ବିତୀୟ ଓ ଶେଷ ବର୍ଷ ର ବିଦ୍ୟାର୍ଥୀ ମାନେ ନିଜର ଅନୁଭୂତି ପ୍ରକାଶ କରିଛନ୍ତି। ମିହିର ଗୋସ୍ବାମୀ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ବାଣିଜ୍ୟ ବିଭାଗର ମୁଖ୍ୟ ଡ଼ ମନୋଜ ପଟ୍ଟନାୟକ, ଉଦ୍ଭିଦ ବିଜ୍ଞାନ ର ମୁଖ୍ୟ ଡ଼ ପ୍ରଦୀପ୍ତ କୁମାର ପଟ୍ଟନାୟକ ଯୋଗଦେଇଥିବା ଜି ଗଣପତି ରାଓ, ଏ ବ୍ରହ୍ମଚାରୀ ଦୋରା ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ