ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରେ ସାଇବର ସୁରକ୍ଷା ସଚେତନତା।

ଗୋପାଳପୁର:ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରେ ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଆଜି ରାଜ୍ୟ ବ୍ୟାପି ସାଇବର ସେଫ୍ଟି ଓଡିଶା କାର୍ଯ୍ୟକ୍ରମ କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଭାସୀ ରେ ଉଦଘାଟନ କରିଥିଲେ।ଏହି କ୍ରମରେ ବିଶ୍ଵବିଦ୍ୟାଳୟ ନୂତନ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ଗିତାଞଳୀ ଦାଶ ଙ୍କ ସମେତ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ ତ୍ରିପାଠୀ,ଡି ଏସ ପି (କ୍ରାଇମ୍) ଅକ୍ଷୟ କୁମାର ପଣ୍ଡା,ଆର ଆଇ ଏମ୍ ଲକ୍ଷ୍ମୀ ରଞ୍ଜନ, ଗୋପାଳପୁର ଥାନା ଅଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକ ଙ୍କ ସମେତ ବିଶ୍ବବିଦ୍ୟାଳୟ ସମସ୍ତ କର୍ମଚାରୀ ଓ ବିଦ୍ୟାର୍ଥୀ ଯୋଗଦେଇ ସିଧା ପ୍ରସାରଣ କୁ ଏଲ ଇ ଡି ମାଧ୍ୟମରେ ଦେଖି ଓଡ଼ିଶା କୁ ସାଇବର ମୁକ୍ତ କରିବାକୁ ଶପଥ ଗ୍ରହଣ କରିଥିଲେ।ସାଇବର ଠକେଇ ରୁ ବର୍ତ୍ତିବା ପାଇଁ ମଜବୁତ ପାସ ଓ୍ବାର୍ଡ ବ୍ୟବହାର କରିବା ,ଓ ଟି ପି ,ଏ ଟିମ ପିନ୍ ପାସ ଓ୍ବାର୍ଡ କାହାକୁ ନଦେବା,ଅଜଣା ଇ ମେଲ୍ ଲିଙ୍କ କୁ ନଖୋଲିବା, ସୋସିଆଲ ମିଡିଆରେ ବ୍ୟକ୍ତିଗତ ସୂଚନା ପ୍ରଦାନ ନକରିବା, ନିଜେ ସଚେତନତା ରହିବା ସହ ଅନ୍ୟକୁ ସଚେତନତା କରିବାକୁ ସମସ୍ତେ ଶପଥ ନେଇଥିଲେ।