ଦୀପାବଳି ପରେ ବିଷାକ୍ତ ଦିଲ୍ଲୀ ବାୟୁ, AQI ୫୦୦ ପାର୍

ନୂଆଦିଲ୍ଲୀ: ଦୀପାବଳିରେ ଦିଲ୍ଲୀ-ଏନସିଆରରେ ବାୟୁ ଗୁଣବତ୍ତା ବିପଜ୍ଜନକ ସ୍ତରରେ ପହଞ୍ଚିଛି। ରାଜଧାନୀ ଏକ ‘ଗ୍ୟାସ୍ ଚାମ୍ବର’ ପାଲଟିଛି। ସ୍ଥିତି ଏତେ ସଙ୍ଗୀନ ଯେ ଲୋକଙ୍କ ଆଖି ଜଳୁଛି।
ସୋମବାର ୩୮ଟି ମନିଟରିଂ ଷ୍ଟେସନ ମଧ୍ୟରୁ ୩୪ଟି ପ୍ରଦୂଷଣ ସ୍ତର ‘ରେଡ୍ ଜୋନ୍’ରେ ରେକର୍ଡ କରାଯାଇଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଅନୁଯାୟୀ, ଦିଲ୍ଲୀରେ ବାୟୁ ଗୁଣବତ୍ତା ‘ଅତ୍ୟନ୍ତ ଖରାପ’ ଏବଂ ‘ଗୁରୁତର’ ବର୍ଗରେ ଅଛି। ବର୍ତ୍ତମାନ ସମଗ୍ର ଦିଲ୍ଲୀ ପାଇଁ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୫୩୧ ଥିବା ଜଣାପଡ଼ିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଅନୁଯାୟୀ, ଜବାହରଲାଲ ନେହେରୁ ଷ୍ଟାଡିୟମ୍ ଅଞ୍ଚଳ ଆଖପାଖରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୩୧୭ ରେକର୍ଡ କରାଯାଇଛି।
ଆଜି ସକାଳେ ଆଇଟିଓରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୨୫୯ ରେକର୍ଡ କରାଯାଇଛି। ଯାହା ‘ଖରାପ’ ବର୍ଗ ଅନ୍ତର୍ଭୁକ୍ତ। ସେହିପରି ଦିଲ୍ଲୀର ଆରକେ ପୁରମ୍ ଆଖପାଖରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୩୬୮ ରେକର୍ଡ କରାଯାଇଛି, ଯାହା ‘ଅତ୍ୟନ୍ତ ଖରାପ’ ବର୍ଗରେ ଆସିଥାଏ।
ସେହିପରି ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଗତକାଲି ରାଜଧାନୀ ଭୁବନେଶ୍ୱର ବାୟୁମଣ୍ଡଳରେ ଦୂଷିତ ଗ୍ୟାସର ମାତ୍ରା ଵୃଦ୍ଧି ପ୍ରଭାବରେ ଧୁଆଁମୟ ପରିବେଶ ସୃଷ୍ଟି ସହ ଦୃଶ୍ୟମାନ ଦୂରତା ରାତି ୯ଟା ୩୦ ସମୟରେ ୫୦୦ ମିଟର ରହିଥିଲା।