ନାରାୟଣପୁର ସରସ୍ବତୀ ବିଦ୍ୟା ମନ୍ଦିରରେ ପ୍ରବନ୍ଧ ପ୍ରତିଯୋଗିତା
ଗୋପାଳପୁର: ନାରାୟଣପୁର ସରସ୍ବତୀ ବିଦ୍ୟା ମନ୍ଦିରରେ ଆଜି ଟାଟା ବ୍ୟୁଲଡିଂ ଇଣ୍ଡିଆ ପକ୍ଷରୁ ଓଡ଼ିଆ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏଥିରେ ବିଦ୍ୟାମନ୍ଦିରର ଷଷ୍ଠ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଏକ ଶହରୁ ଉର୍ଦ୍ଧ ଛାତ୍ର,ଛାତ୍ରୀ ପ୍ରତିଯୋଗିତାରେ ଭାଗ ନେଇଥିଲେ l ପ୍ରବନ୍ଧର ଶୀର୍ଷକ ଆତ୍ମ ନିର୍ଭର ଶିଳ ଭାରତ ନିର୍ମାଣ କରିବା ପାଇଁ ମୁଁ ଏହି ୫ଟି କାର୍ଯ୍ୟ କରିବି ଉପରେ ପ୍ରବନ୍ଧ ଲେଖି ବରିଷ୍ଠ ବିଭାଗର ଟି.ସାଲିନା ପ୍ରଥମ,ଦ୍ୱିତୀୟ ପୁଷ୍ପାଞ୍ଜଳୀ ସାହୁ,ତୃତୀୟ ସ୍ନେହା ସ୍ୱୟଂଶ୍ରୀ ସାହୁ,
କନିଷ୍ଠ ବିଭାଗରୁ ସତ୍ୟନାରାୟଣ ନାୟକ ପ୍ରଥମ,ଦ୍ୱିତୀୟ ନିହାରିକା ସାହୁ,ତୃତୀୟ ହରପ୍ରିୟା ପଲେଇ ସ୍ଥାନ ଅଧିକାର କରିଥିଲେ l ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ବିଜୟ କୁମାର ବେହେରା ଅଧକ୍ଷତାରେ ପୁରସ୍କାର ବିତରଣ ହୋଇଥିଲା l ଏଥିରେ ସମ୍ପାଦିକା ବି.ସୁମିତ୍ରା ରେଡି,ବିଦ୍ୟାଳୟର ଶିକ୍ଷକ ତପନ କୁମାର ପଣ୍ଡା,ଶିକ୍ଷୟିତ୍ରୀ ଶିବାଙ୍ଗି ମହାରଣା ଓ ସୁନିତା କୁମାରୀ ସେଠୀଙ୍କ ସମେତ ଗୁରୁଜୀ,ଗୁରୁମା ଉପସ୍ଥିତ ଥିଲେ l

