ଚୋରି ଯାଇଥିବା ମୋଟରସାଇକେଲ କୁ ନିଜେ କାବୁ କଲେ ସାମ୍ବାଦିକ।
ଗୋପାଳପୁର,୨୪/୧୦
ଗତ କିଛି ଦିନ ତଳେ ସାମ୍ବାଦିକ ମୁନା ପଟ୍ଟନାୟକ ଙ୍କ ହଳଦିଆ ପଦର ଠାରୁ ଚୋରି ଯାଇଥିବା ମୋଟରସାଇକେଲ କୁ ନିଜେ ଆଜି ମୋଟରସାଇକେଲ ସହ ଚୋରକୁ କାବୁ କରି ପୁଲିସ ର ଜିମା ଦେଇଛନ୍ତି।ଆଜି ଦ ୧୨ଟା ବେଳେ ଚୋରୀ ହେଇଥିବା ବାଇକ (ଓଡି୦୭ଏଫ୍- ୮୭୬୩) କୁ ଧରି ଜଣେ ଯୁବକ ଇଚ୍ଛାପୁର ପଟୁ ହଳଦିଆପଦର ଆଡ଼କୁ ଯାଉଥିବାବେଳେ ସାମ୍ବାଦିକ ତଥା ଗୋଳନ୍ଥରା ଚଟି ବ୍ୟାଙ୍କ୍ କଲୋନୀ ବାସିନ୍ଦା ମନୋଜ କୁମାର ପଟ୍ଟନାୟକ ରଣ୍ଢା ଠାରୁ ଗୋଳନ୍ଥରା ମଧ୍ୟରେ ହାବୁଡ଼ରେ ପଡିଯାଇ ଥିଲା। ସେଠାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ବାଇକ ସହ ଚୋରକୁ କାବୁ କରି ଥାନାରେ ଜିମା ଦେଇଥିଲେ।ସୂଚନା ଥାଉକି ଗତ ୬ ତାରିଖ ସନ୍ଧ୍ୟା ୭ଟାରେ ମନୋଜ ବ୍ରହ୍ମପୁର ଯାଉଥିବା ବେଳେ ହଳଦିଆପଦର ବସ୍ ଟର୍ମିନାଲ୍ ଛକରେ ବାଇକ୍ ରଖି ଜଳଖିଆ ଖାଉଥିଲେ। ତେବେ ଜଳଖିଆ ଦୋକାନରୁ ଫେରିବା ସମୟରେ ବାଇକ୍ ସେଠାରେ ନଥିଲା।ହଳଦିଆପଦର ବସ୍ ଟର୍ମିନାଲ୍ ଛକରେ ଥିବା ଜଳଖିଆ ହୋଟେଲ ସମ୍ମୁଖରେ ପାକିଂ କରାଯାଇଥିବା ବେଳେ ଚୋରି ହୋଇ ଯାଇଥିଲା। ଏ ନେଇ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଅନୁରୂପ ଭାବେ ଗତ ୨୦୨୩ ମସିହା ଡିସେମ୍ବର ୨୩ରେ ମଧ୍ୟ ତାଙ୍କର ଆଉ ଏକ ବାଇକ୍ (ଓଡି୦୭ଏସି- ୮୮୦୨) ବ୍ୟାଙ୍କ୍ କଲୋନୀସ୍ଥିତ ବାସଭବନ ସମ୍ମୁଖରୁ ଚୋରି ହୋଇଯାଇଥିଲା। ଏଥର ଅଭିଯୋଗ ପାଇବା ପରେ ପୁଲିସ ଚୋରି ହୋଇଥିବା ସ୍ଥାନର ନିକଟବର୍ତ୍ତୀ ଅଞ୍ଚଳରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜ ଯାଞ୍ଚ କରିବା ସହ ତଦନ୍ତ ଚାଲୁ ରଖିଥିଲେ ମଧ୍ୟ ପୁଲିସ କୌଣସି ସନ୍ଧାନ ପାଇନଥିଲେ। ଏ ପର୍ଯ୍ୟନ୍ତ ଅନ୍ୟ ବାଇକ ର ସନ୍ଧାନ ପାଇନଥିବା ଅଭିଯୋଗ କରିଛନ୍ତି। ପୁଲିସ ପକ୍ଷରୁ ଚୋରକୁ ଥାନା ରେ ଅଟକ ରଖି ପଚରାଉଚରା ଜାରି ରହିଥିବା ବେଳେ ତା ନିକଟରୁ ଚୋରୀ କରିବାରେ ବ୍ୟବହୃତ କିଛି ସାମଗ୍ରୀ ମିଳିଥିବା ଏବଂ କେତେକ ଚୋରି ରେ ସାମିଲ୍ ରହିଥିବା ଜଣା ପଡ଼ିଥିବା ପୁଲିସ ସୂଚନା ଦେଇଛି।

